ସାଉଥ ସୁପରଷ୍ଟାରଙ୍କ ଫିଟନେସ୍ କସରତ : ନିଜ ପୁଅଠାରୁ ବି ଲାଗୁଛନ୍ତି ଛୋଟ !

29

 ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ଭାବେ ପ୍ରସିଦ୍ଧ ଅଭିନେତା ମୋହନଲାଲ୍ । ଗତ ବର୍ଷ ତାଙ୍କର ଆସିଥିବା ଫିଲ୍ମ ‘ପୁଲିମୁରୁଗନ’କୁ ନେଇ ଖୁବ୍ ଚର୍ଚ୍ଚାରେ ।  ଏହି ଫିଲ୍ମ ଓସ୍କାରରେ ଓରିଜିନାଲ୍ ସ୍କୋର ଓ ଓରଜିନାଲ୍  ଗୀତ  କ୍ୟାଟଗୋରୀ ପାଇଁ ନୋମିନେଶନ ହୋଇସାରିଛି ।  ଫିଲ୍ମର ଆକର୍ଷଣ  ଏହା ଯେ ମଲୟାଲୀ ଅଭିନେତା ମୋହନଲାଲଙ୍କର  ଆକର୍ଷଣୀୟ ପୋଜ୍ ଓ ଆକ୍ସନ ଦୃଶ୍ୟ । ଫିଲ୍ମକୁ ବକ୍ସ ଅଫିସରେ  ଓ ବିଶ୍ୱସ୍ତରରେ  ଭଲ ରେସପନ୍ସ ମିଳିଥିବା କାରଣରୁ ଲୋକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। 

ନିକଟରେ ମୋହନଲାଲ୍ ନିଜର ପୁଅ ପ୍ରଣବଙ୍କ ସହ ଏକ ପାର୍କରେ ଫିଲ୍ମର ସିଗ୍ନେଚର ପୋଜ୍ ସହ ନଜର ଆସିଛନ୍ତି । ମୋହନଲାଲ୍ ନିଜର ପୁଅଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଲାଗୁଛି ସେ ଫିଟନେସକୁ ନେଇ କେତେ ଆକ୍ଟିଭ୍ ଅଛନ୍ତି ।  ଖାଲି ଏତିକି ନୁହେଁ ସେ ନିଜର ପୁଅ ପ୍ରଣବଙ୍କ ଠାରୁ ମଧ୍ୟ ଛୋଟ ଦେଖାଯାଉଛନ୍ତି । 

ସୂଚନା ଯେ, ମୋହନଲାଲଙ୍କ ଆଗାମୀ ଫିଲ୍ମ ‘ଓଡିୟନ’ ଅଟେ । ଏହା ଏକ ଥ୍ରୀଲର ଫିଲ୍ମ ହେବ । ଏହି ଫିଲ୍ମରେ ତାଙ୍କୁ ନିଜର ୟଙ୍ଗ ଭର୍ସନ ଦେଖାଇବାକୁ ହେବ । ଯେଉଁଥିପାଇଁ  ମୋହନଲାଲ୍ ଫିଟନେସକୁ ନେଇ ଖୁବ୍ ଧ୍ୟାନ ଦେଉଛନ୍ତି । ଟ୍ୱିଟରରେ ମୋହନଲାଲ୍ ନିଜର ପୁଅ ପ୍ରଣବ ମୋହନଲାଲ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କର ପୁଅ ତାଙ୍କୁ ଟ୍ରେନିଂ ଦେବାର ନଜର ଆସିଛି ।  

ମୋହନଲାଲ୍ ନିଜର ଆଗାମୀ ଫିଲ୍ମ ‘ଓଡିୟନ’ ପାଇଁ  କେବଳ ୫୧ ଦିନରେ ୧୮ କିଲୋ ଓଜନ କମେଇଛନ୍ତି । ଏହା ନିଶ୍ଚୟ ଚକିତ କଲା ଭଳି  ହେବ ।  କାରଣ ଏତେ କମ୍ ସମୟ ଭିତରେ  ଏତେ ପରିମାଣର ଓଜନ କମାଇ ପାରିଛନ୍ତି ସେ । ୫୭ ବର୍ଷିୟ ଏହି ଅଭିନେତା ଏବେ ଏତେ ଫିଟ୍ ଦେଖାଯାଉଛନ୍ତି କି ନିଜ ପୁଅ ପ୍ରଣବ ମଧ୍ୟ ଠାରୁ ଛୋଟ ଲାଗୁଛନ୍ତି ।  ନିଜର ଫିଟନେସ୍ ପାଇଁ ସେ ପୁଅର ସାହାଯ୍ୟ ନେଉଛନ୍ତି । ମୋହନଲାଲଙ୍କର ଆଗାମୀ ଫିଲ୍ମ ଏକ ଭଲ ମନୋରଂଜନଧର୍ମୀ ଫିଲ୍ମ ହେବ । ଜଣେ ବ୍ୟକ୍ତି କିପରି ଏକ ପଶୁ ପାଲଟିଯାଉଛି , ଏହା କେବଳ ଏକ ଟ୍ରିକ୍ ଅଟେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଏପରି କାହାଣୀ ନିଆଯାଇଛି । 

 (ସୌଜନ୍ୟ-ଏନଡି ଟିଭି)