ମୃତ୍ୟୁ ପରେ ମଧ୍ୟ କରିପାରିବେ ଆତ୍ମୀୟଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା ! ଆସିଗଲା ଏକ ନୂଆ ଆପ୍

81

କୁହାଯାଏ ପ୍ରଯୁକ୍ତି ବିଦ୍ୟା ଯେତେ ଅଧିକ ବିକଶିତ ହୁଏ, ତାହା ମଣିଷ ସମାଜ ଉପରେ ସେତେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁୁ କି ଏବେ ଏପରି ଏକ ଆପ ଆସିଯାଇଛି ଯାହା ଆପଣଙ୍କ ଜୀବନଶୈଳୀକୁ ବିଲକୁଲ ବଦଳାଇଦେବ । ସାଉଥ କୋରିଆର କମ୍ପାନି ଇଲୋରିସ ‘ଇଉଥ ମି’ ନାମକ ଏକ ନିଆରା ଆପ୍ଲିକେସନ ଡିଜାଇନ କରିଛି । ଆପଣଙ୍କୁ ସବୁଦିନ ପାଇଁ ଛାଡି ଯାଉଥିବା ଲୋକକୁ ସ୍ମୁତିରେ ନୁହଁ ନିଜ ଟିଭି ଓ ଫୋନରେ ରଖି ମୁହାଁମୁହିଁ କଥାବାର୍ତ୍ତା କରିପାରିବେ ଏହି ଆପ ସାହାଯ୍ୟରେ ।

କ’ଣ ଏହି ‘ଇଉଥ ମି’ ଆପ ?

‘ଇଉଥ ମି’ ଏକ ୩ଡି ଓ କୁତ୍ରିମ ଟେକ୍ନୋଲୋଜି । ଏହି ଆପ ମୃତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ରିକ୍ରିଏଟ କରେ । ଏହି ଆପ ସେହି ଲୋକଙ୍କ କଷ୍ଟକୁ ଦେଖି ତିଆରି ହୋଇଛି, ଯିଏ ନିଜର ପରିବାର କିମ୍ବା ନିକଟ ସମ୍ପର୍କୀୟକୁ ହରାଇଛନ୍ତି । ଲୋକ ଏହି ଆପ ସାହାଯ୍ୟରେ ମୃତ୍ୟୁ ପରେ ମଧ୍ୟ ଆତ୍ମୀୟଙ୍କ ଅବତାର ସହ କଥା ହୋଇପାରିବ ।

କେମିତି କାମ କରିବ ‘ଇଉଥ ମି’ ଆପ ?

– ୟୁଜର ସର୍ବପ୍ରଥମେ ପରିବାର ଲୋକଙ୍କର ଏକ ୩ଡି ସ୍କାନ ତିଆରି କରିବେ ଯାହା କେବଳ ସେତେବେଳେ ସମ୍ଭବ ହେବ ଯେତେବେଳେ ସେ ଜୀବିତ ଥିବେ ।

– ତା’ପରେ ସେହି ସ୍କାନକୁ ଉକ୍ତ ଆପରେ ଲୋଡ କରିଦିଆଯିବ ।

– ଆପରେ ଲୋଡ ପରେ ୟୁଜର ନିଜର ଏହି ଅବତାର ସହ ସେଲ୍ଫି ମଧ୍ୟ ନେଇପାରିବେ ।

‘ଇଉଥ ମି’ ଆପ ଏକ ଆର୍ଟିଫିସିଆଲ ଟେକ୍ନୋଲୋଜିର ବ୍ୟବହାର କରେ, ଯାହା ଅବତାରକୁ ତାଙ୍କ ପରିବାର ଲୋକଙ୍କ ନାମ ଓ ସେମାନଙ୍କ ବିଷୟରେ ଅନେକ ତଥ୍ୟ ମନେ ରଖିବାରେ ସାହଯ୍ୟ କାରିଥାଏ ।

ଦେଖନ୍ତୁ ଏହି ଭିଡିଓ :