ପ୍ରଧାନମନ୍ତ୍ରୀଙ୍କ ରଙ୍ଗରେ ରଙ୍ଗେଇ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି : ପ୍ରତିଦିନ ମୋଦି ଜ୍ୟାକେଟ୍ ପିିନ୍ଧି ଯାଉଛନ୍ତି ଅଫିସ୍
ଭାରତ ହେଉ କି ଭାରତ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ । ତାଙ୍କର ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଜୀବନଶୈଳୀ ଠାରୁ ଆରମ୍ଭ କରି ତାଙ୍କ କୁର୍ତ୍ତା ହେଉକି ଜ୍ୟାକେଟ୍ ପାଇଁ ହେଉ ସେ ସବୁବେଳେ ଚର୍ଚ୍ଚାରେ । ବର୍ତ୍ତମାନ କେବଳ ଆମ ଦେଶରେ ନୁହେଁ ଅନ୍ୟ ଦେଶର ଲୋକେ ମଧ୍ୟ ମୋଦି ଜ୍ୟାକେଟ୍ ପ୍ରତି ଆକର୍ଷିତ ହେଉଛନ୍ତି । ଏବେ ଜଣେ ରାଷ୍ଟ୍ରପତି ମୋଦି ଜ୍ୟାକେଟର ଦିୱାନା ହୋଇଯାଇଛନ୍ତି । ସେ ବ୍ୟକ୍ତି ଜଣକ ଆଉ କେହି ନୁହେଁ ସେ ହେଲେ ଦକ୍ଷିଣ କୋରିଆ ରରାଷ୍ଟ୍ରପତି ମୁନ୍ ଜେ ଇନ୍ । ଏବେ ସେ ପ୍ରତିଦିନ ଅଫିସକୁ ମଧ୍ୟ ମୋଦି ଜ୍ୟାକେଟ୍ ପିନ୍ଧି ଯାଉଛନ୍ତି । ଏକଥା ନିଜେ ମୁନ୍ ଜେ ଇନ୍ ନିଜର ଟ୍ୱିଟର ଆକାଉଂଟରେ ଜଣାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Prime Minister @narendramodi of India sent me some gorgeous garments. These are modernized versions of traditional Indian costume, known as the ‘Modi Vest’, that can also be worn easily in Korea. They fit perfectly. pic.twitter.com/3QTFIczX6H
— 문재인 (@moonriver365) October 31, 2018
କେବଳ ଏତିକି ନୁହେଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଅନେକ ମୋଦି ଜ୍ୟାକେଟ୍ ତିଆରି କରାଇଛନ୍ତି । ଆଉ ସବୁ ଜ୍ୟାକେଟରେ ମୋଦି ଜ୍ୟାକେଟ୍ ବୋଲି ଲେଖାଇଛନ୍ତି । ସୂଚନାଯୋଗ୍ୟ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଚଳିତ ଦୀପାବଳୀ ଅବସରରେ ଭାରତ ଆସିବେ । ସେ ତାଙ୍କ ପତ୍ନୀଙ୍କ ସହ ସେ ଭାରତ ଆସୁଛନ୍ତି । ଟ୍ୱିଟର ଜରିଆରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି କହିଛନ୍ତି କିଛି ଦିନ ପୂର୍ବରୁ ସେ ଭାରତ ଯାତ୍ରାରେ ଆସିଥିଲେ । ଆଉ ସେହି ସମୟରେ ମୋଦିଙ୍କୁ କହିଥିଲେ, ସେ ଜ୍ୟାକଟେରେ ବେଶ୍ ଭଲ ଲାଗନ୍ତି । ଆଉ ସେତେବେଳେ ମୋଦି ତାଙ୍କର ମାପ ନେଇଯାଇଥିଲେ । ଆଉ ପରେ ତାଙ୍କୁ ଜ୍ୟାକେଟ ପଠାଇଦେଇଥିଲେ ।