ଆରଏଫଆଇଡି ଜାରି କଲା ନୂଆ ଟେକନିକ୍ ! ଏବେ ଗାଡି ଚାଳକଙ୍କୁ ଟୋଲ୍ ଗେଟରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ ।

21

ଦକ୍ଷିଣ ଦିଲ୍ଲୀ ନଗର ନିଗମ ଦିଲ୍ଲୀ ସୀମାରେ ଥିବା ୧୩ ଟି ଟୋଲ୍ ପ୍ଲାଜାରେ ରେଡିଓ ଫ୍ରିକ୍ୱେନ୍ସୀ ଆଇଡେଣ୍ଟିଫିକେସନ୍ ଡିଭାଇସ୍ (ଆରଏଫଆଇଡି) ଟେକନିକ୍ ବ୍ୟବହାର କରି ଏହାକୁ ଲେସ୍ କରିଦେଇଛି । ଏହି ଟେକନିକରେ ଟୋଲରେ ଗାଡିମାନଙ୍କୁ ଖୁବ୍ କମ୍ ସମୟ ପାଇଁ ଅପେକ୍ଷା କରିବାକୁ ପଡିବ । ନିଗମ ତରଫରୁ ୧୦ ଟି ଟୋଲଗେଟରେ ପୂର୍ବରୁ ରେଜିଷ୍ଟ୍ରେସନ୍ କରିବା ପ୍ରକ୍ରିୟାକୁ ମଧ୍ୟ ଆରମ୍ଭ କରି ଦିଆଯାଇଛି । ଯାହାଦ୍ୱାରା ପୂର୍ବରୁ ରେଜିଷ୍ଟର କରିଥିବା ବାହନଙ୍କୁ ଏଥିପାଇଁ ଖୁବ୍ ସୁବିଧା ମିଳିବ । ତେବେ ଆଗାମୀ ମାସରୁ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯିବ । ତେବେ ନୂତନ ପ୍ରକ୍ରିୟା ଆରମ୍ଭ ଯୋଗୁଁ ଏବେ କେବଳ ୫ ମିନିଟ୍ ଭିତରେ ହିଁ ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ଏଥିପାଇଁ ଗାଡି ମାଲିକଙ୍କୁ ନିଜ ବାହନ ପଞ୍ଜୀକରଣ ପ୍ରମାଣପତ୍ର,ବୀମା ଏବଂ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବ୍ୟତୀତ ମୋବାଇଲ୍ ନମ୍ବର ବି ଦେବାକୁ ପଡିବ । ପୂର୍ବ ପଞ୍ଜୀକରଣ ଏବଂ ଆରଏଫଆଇଡି ପାଇଁ ୨୦୦ ଟଙ୍କା ସହ ଜିଏସଟି ମଧ୍ୟ ଭରିବାକୁ ପଡିବ ।

୨୦୦୫ କିମ୍ବା ପୂର୍ବରୁ ପଞ୍ଜୀକରଣ ହୋଇଥିବା ବାହନକୁ ମିଳିବ ନାହିଁ ସୁବିଧା :

ଆରଏଫଆଇଡି ଟେକନିକ ଆରମ୍ଭ ହେବା ପରେ ୨୦୦୫ କିମ୍ବା ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ବାହନର ପଞ୍ଜୀକରଣ ହେବନାହିଁ । ଉଚ୍ଚତମ ନ୍ୟାୟାଳୟ ମୁତାବକ ୨୦୧୫ ଡିସେମ୍ବର ୧୬ ନିର୍ଦ୍ଦେଶ ଅନୁସାରେ ୨୦୦୫ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ବାହନକୁ ନା ପୂର୍ବ ପଞ୍ଜୀକରଣ ହେବ ନା ହି ଆରଏଫଆଇଡି ଟ୍ୟାଗ୍ ଲାଗିବ ।