ଡୁ ପ୍ଲେସିିସ ଖେଳିଲେ ଶତକୀୟ ଇନିଂସ ! ଭାରତ ଆଗରେ ୨୭୦ ରନର ଟାର୍ଗେଟ ରଖିଲା ଦକ୍ଷିଣ ଆଫ୍ରିକା

51

ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୬ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଡର୍ବାନର କିଙ୍ଗସଡମ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସିସ୍ଙ୍କ ବିସ୍ଫୋରକ ଶତକ(୧୨୦) ବଳରେ ଭାରତକୁ ୨୭୦ ରନ୍ ଟାର୍ଗେଟ ଦେଇଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୮ଓ୍ଵିକେଟ ହରାଇ ୨୬୯ ରନ୍ ସଂଗ୍ରହ କରିଛି। ଗୋଟିଏ ପଟେ ଲଗାତର ୱିକେଟ ପଡୁଥିବା ବେଳେ ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଇଁ ସଙ୍କଟମୋଚନ ସାଜିଥିଲେ ଅଧିନାୟକ ଡୁ ପ୍ଲେସିସ । ୧୨୦ ରନର ଦମଦାର ଇନିଂସ ଖେଳିବା ସହ ଦକ୍ଷିଣ ଆଫ୍ରିକାର ସ୍କୋର ୨୫୦ ରନ ପାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଡୁ ପ୍ଲେସିସ । ଭୁବନେଶ୍ୱର କୁମାରଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍ ଦେଇ ଡୁ ପ୍ଲେସିସ୍ ଆଉଟ୍ ହୋଇ ଫେରିଥିଲେ। କାଗିସୋ ରାବଡା(୧) ଭାରତର ଅଷ୍ଟମ ଶିକାର ହୋଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ। ୨୦୮ ରନରେ କ୍ରିସ୍ ମୋରିସ୍(୩୭) ପାଭଲିଅନ୍ ଫେରିଥିଲେ। ସେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଡରବାନର କିଙ୍ଗସ୍ମିଡ଼ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମୁକାବିଲାରେ ୩୦ ରନ୍ରେ ପ୍ରଥମ ଓ୍ଵିକେଟ ହରାଇଛି। ହାସିମ ଆମଲା(୧୬) ଯଶପ୍ରିତ ବୁମରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଥିଲେ। ୬ଟି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୮୩ ରନ୍ରେ କ୍ୱିଣ୍ଟନ୍ ଡି କକ୍(୩୪)ଙ୍କୁ ହରାଇଥିଲା। ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଡି କକ୍ ଏଲବିଡବ୍ଲୁ ହୋଇଥିଲେ। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୦୩ ରନ୍ରେ ୩ୟ ଓ୍ଵିକେଟରେ ଏଡେନ ମାର୍କମ(୯)ଙ୍କୁ ହରାଇଥିଲା। ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାଚ୍ ନେଇଥିଲେ।

ସେହିଭଳି ଜେପି ଡୁମିନି(୭୧) କୁଲଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ। ସେତେବେଳକୁ ଦଳର ସ୍କୋର ୧୨୨ ରନ୍ ଥିଲା। ଭାରତର ୫ମ ଶିକାର ହୋଇଥିଲେ ଡାଭିଡ଼ ମିଲର(୧୨)। ତେବେ ଏହାପରେ ନିଜ ଗିୟର ପରିବର୍ତ୍ତନ କରିଥିଲେ ଅଧିନାୟକ ଡୁ ପ୍ଲେସିସ । ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିଦ୍ଧୂୁମ ପିଟିଥିଲେ ଡୁ ପ୍ଲେସିସ । ଏହି ଦିନିକିଆରେ ପୁଣିଥରେ ଦଳକୁ ଫେରିଛନ୍ତି ଭାରତର ନିର୍ଭର ଯୋଗ୍ୟ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ । ସେହିଭଳି ଆଘାତ ଜନିତ କାରଣରୁ ପ୍ରଥମ ୩ଟି ଦିନିକିଆରୁ ବାଦ ପଡିଛନ୍ତି ହିଟର ମ୍ୟାନ ଡି ଭିଲିୟର୍ସ ।