କାଲିଠୁ ପାଠପଢା ଠପ୍ ! ରାଜରାସ୍ତାରେ ହଜାର ହଜାର ଶିକ୍ଷକ, ସରକାରଙ୍କୁ ଶୁଣାଇଲେ ଚରମ ବାଣୀ

43

କନକ ବ୍ୟୁରୋ : କାଲିଠୁ ରାଜ୍ୟର ସମସ୍ତ ବ୍ଲକଗ୍ରାଂଟ୍ ସ୍କୁଲରେ ପାଠପଢା ବନ୍ଦ ହେବ । ରାଜଧାନୀ ରାଜରାସ୍ତାରେ ୭ ଦିନ ହେଲା ଆନ୍ଦୋଳନ କରୁଥିବା ଶିକ୍ଷକ ମଂଚ ଆଜି ଏଭଳି ଚରମ ନିଷ୍ପତି ନେଇଛି । ସରକାର ବ୍ଲକଗ୍ରାଂଟ୍ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ନଦେବା ଯାଏଁ ପାଠପଢା ବନ୍ଦ କରିବାକୁ ଶିକ୍ଷକ ସଂଘ ନିଷ୍ପତି ନେଇଛି । ତେବେ ସରକାରଙ୍କୁ ଆଜି ରାତି ଯାଏଁ ଡେଡଲାଇନ୍ ଦେଇଛନ୍ତି ଶିକ୍ଷକ ।

ଲଗାତର ୭ ଦିନର ଧାରଣା ପରେ ଆଜି ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକ ପିଏମଜିରେ ଏକାଠି ହୋଇ ବିଶାଳ ସମାବେଶ କରିଥିଲେ । ସେପଟେ ଶିକ୍ଷକଙ୍କ ଆନ୍ଦୋଳନରେ ଆଜି ସାମିଲ ହୋଇଥିଲେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଂଜନ ପଟନାୟକ । ସେହିପରି ବିଜେପି ଓ କଂଗ୍ରେସ ବି ଶିକ୍ଷକଙ୍କ ବିକ୍ଷୋଭକୁ ସମର୍ଥନ କରି ସମାବେଶରେ ସାମିଲ ହୋଇଥିଲେ ।