ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆମ ଓଡିଶା ପାର୍ଟିର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ

74

କନକ ବ୍ୟୁରୋ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଆମ ଓଡିଶା ପାର୍ଟିର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି ପ୍ରାୟ ୫ଟା ୩୦ରେ ନବୀନ ନିବାସ ଯାଇଥିଲେ ସୌମ୍ୟରଞ୍ଜନ । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ବିଶେଷକରି ଚିଟପଣ୍ଡ, ଓଡିଆ ଭାଷା, ନିଶା ଓ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କରିଛନ୍ତି ଆମ ଓଡିଶା ପାର୍ଟି ସଭାପତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜନୈତିକ ଆଲୋଚନାକୁ ସେ ଅସ୍ୱୀକାର କରିଛନ୍ତି । ପରେ ସୌମ୍ୟରଞ୍ଜନ ପଟ୍ଟନାୟକ କନକ ନ୍ୟୁଜକୁ କହିଛନ୍ତି ଯେ, ଏବେ ପ୍ରସଙ୍ଗଭିତ୍ତିକ ରାଜନୀତି ପାଇଁ ସମୟ ଆସିଛି ।