ବନ୍ଦ ହେବନି ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନର ଆନ୍ଦୋଳନ । ଚିଟଫଣ୍ଡ ଅର୍ଥ ଫେରସ୍ତ ପାଇଁ ବି ଜାରି ରହିବ ଉଦ୍ୟମ: ସୈାମ୍ୟରଂଜନ

72

ବିଜେଡିରେ ଯୋଗଦେବା ପରେ ବିଭିନ୍ନ ଆନ୍ଦୋଳନ ଯାହା ରାଜରାସ୍ତାରେ ଚାଲିଥିଲା, ସେନେଇ ସୈାମ୍ୟରଂଜନ ପଟ୍ଟନାୟକଙ୍କର କଣ ରହିବ ଆଭିମୁଖ୍ୟ? କିଛି ଏଭଳି ପ୍ରଶ୍ନ ଆଜି ଉଠିଥିଲା ସାମ୍ବାଦିକଙ୍କ ତରଫରୁ ଯେତେବେଳେ ନବୀନ ନିବାସରେ ସୈାମ୍ୟରଂଜନ ବିଜେଡିରେ ଯୋଗ ଦେଇଥିଲେ । ଯାହାର ସେ ରଖିଥିଲେ ସ୍ପଷ୍ଟ ଉତ୍ତର । ସାମ୍ବାଦିକ ପ୍ରଶ୍ନ ରଖିଥିଲେ, ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ନେଇ ଯେଉଁ ଆନ୍ଦୋଳନ ଚାଲିଥିଲା, ତାର ଭବିଷ୍ୟତ କଣ ହେବ?


ସୈାମ୍ୟରଂଜନ ପଟ୍ଟନାୟକ ଉତ୍ତର ରଖି କହିଥିଲେ, ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନସନର ଆନ୍ଦୋଳନ ବନ୍ଦ ହେବାର ନାହିଁ । ଏହି ଆନ୍ଦୋଳନ କୈାଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିରୋଧରେ ବା ଦଳ ବିରୋଧରେ ନୁହେଁ. ଏହା ଏକ ନିଚାର । ଓଡିଶାରେ କୃଷି ଓ କୃଷକ ଯଦି କେନ୍ଦ୍ରବିନ୍ଦୁରେ ନ’ରହିବେ ତେବେ ଓଡିଶାର ବିକାଶ ସବୁବେଳେ ଅଧୁରା ରହିବ । ତେଣୁ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପ୍ରାଇସ୍ ଏବଂ ଅନ୍ୟ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଏହାର ଉଦ୍ୟମ ଜାରି ରହିବ । ସେ କୈଣସି ସର୍ତ୍ତ ରଖି ବିଜେଡିରେ ଯୋଗ ଦେଇନଥିବା ସ୍ପଷ୍ଟ କରିଛନ୍ତି । ଗୋଟିଏ ବିଚାର ସପକ୍ଷରେ, ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ଅଧିକ ସୁରକ୍ଷିତ କରିବାକୁ ସେ ବିଜେଡିରେ ଯୋଗ ଦେଇଥିବା କହିଚନ୍ତି ।


ସେହିଭଳି ଚିଟଫଣ୍ଡରେ ଯେଉଁମାନେ ଟଙ୍କା ହରାଇଛନ୍ତି ସେମାନଙ୍କର ଅର୍ଥ କିପରି ଫେରସ୍ତ ମିଳିବ ସେନେଇ ସ୍ୱର ଉତ୍ତୋଳନ ହେବ । ଏହି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ରାଜ୍ୟରେ ହୋଇଥିବା ହଜାର ହଜାର କୋଟିର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କିଭଳି ନ୍ୟାୟ ମିଳିବ ସେନେଇ ଲଗାତର ଭାବେ ଉଦ୍ୟମ କରୁଥିଲେ ସୈାମ୍ୟରଂଜନ । ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ସୈାମ୍ୟରଂଜନ ।