ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟ ପଟ୍ଟନାୟକ! କହିଲେ, ରିପୋର୍ଟକୁ ଅପେକ୍ଷା ନ କରି ଘଟଣାସ୍ଥଳକୁ ଆସନ୍ତୁ କୃଷିମନ୍ତ୍ରୀ

37

କନକ ବ୍ୟୁରୋ : ରାଜ୍ୟରେ ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଦୁଇ ଦିନ ପୂର୍ବେ ବରଗଡରେ ଫସଲ ହାନି ପାଇଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଛନ୍ତି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ ଓ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର । ଉଭୟେ କଳାପାଣି ଅଂଚଳରେ ଚାଷୀଙ୍କୁ ଭେଟି ସମସ୍ୟା ବାବଦରେ ପଚାରି ବୁଝିଛନ୍ତି ।

4000-farmer-commiting-suicide-in-indiaଚାଷୀ ପରିବାରଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ସୌମ୍ୟ ରଂଜନ କହିଛନ୍ତି, ଏହା ଏକ ସ୍ପର୍ଶକାତର ବିଷୟ । ୪୮ ଘଂଟାର ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି କୃଷିମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଆସନ୍ତୁ ଆଉ ଚାଷୀର ଦୁଃଖ, ସମସ୍ୟା ବୁଝନ୍ତୁ । ବରଗଡ ଉପନିର୍ବାଚନକୁ ନଜରରେ ରଖି ଚାଷୀ ସମସ୍ୟାକୁ ନେଇ ରାଜନୀତି କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଭାଗଚାଷୀଙ୍କ ସମସ୍ୟାକୁ ଗୁରୁତର ସହ ନେଇ ଖୁବ୍ଶୀଘ୍ର ସାମଧାନ କରାଯାଉ । ଏହାଛଡା ଚାଷୀଙ୍କୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେପଟେ ଆସନ୍ତା ୨୩ ତାରିଖରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ନବ ନିର୍ମାଣ କୃଷକ ସଂଗଠନ ।

ସେପଟେ ନବ ନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯାହା ଜଳ ଜଳ ଦେଖାଯାଉଛି, ତାର ତଦନ୍ତର ଆବଶ୍ୟକତା କଣ ରହିଛି । ଏପରି ତଦନ୍ତ ପ୍ରସହନ ବନ୍ଦ କରି କୃଷିମନ୍ତ୍ରୀ ଘଟଣାସ୍ଥଳକୁ ଆସନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଂଯୋଜକ । ଏହାର ଦୃଢ ଜବାବ ଦେବାକୁ ଚାଷୀ ଏକଜୁଟ ହେଉଛି, ଆଗକୁ ଦୃଢ ଜବାବ ଦିଆଯିବ ବୋଲି ଅକ୍ଷୟ କୁମାର କହିଛନ୍ତି ।