ପୁଣି ଚର୍ଚ୍ଚାରେ ଜଣେ ଭଣ୍ଡ ବାବା : ମହିଳାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୁଟ କରି ବ୍ଲାକମେଲ କରୁଥିଲେ

51

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ଚର୍ଚ୍ଚାରେ ଜଣେ ଭଣ୍ଡ ବାବା । ଯାଜପୁର ଜିଲ୍ଲା ପାଣିକୋଇଲିରେ ଶୋଷା ବାବାଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର କେହି ସନ୍ତାନ ସନ୍ତତି ନଥିବାରୁ ଜଣେ ପଡୋଶୀଙ୍କ ପରାମର୍ଶରେ ଶୋଷା ବାବାଙ୍କ ସଂସ୍ପର୍ଶରେ ଆସିଥିଲେ ସେ । ବାବାଙ୍କ ଆଶ୍ରମକୁ ଯାଇଥିଲେ । ଆଉ ଶୋଷା ବାବା ତାଙ୍କୁ ଝଡାଫୁଙ୍କା କରିଥିଲେ । ପୂଜାର୍ଚ୍ଚନା କରିବା ବାହାନାରେ ଜୋରଜବରଦସ୍ତ ଅସଦାଚରଣ କରିଥିବା ନେଇ ପୀଡିତା ଥାନାରେ ଅଭିଯୋଗ କରିଛନ୍ତି । ୩ ଦିନ ନିଜ କବଜାରେ ରଖି ଦୁଷ୍କର୍ମ କରିବା ସହ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ ବାବା । ଏପରିକି ମହିଳାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୁଟ କରି ତାଙ୍କୁ ବ୍ଲାକମେଲ କରୁଥିଲେ । ହେଲେ ସେହି ଭିଡିଓ ସବୁକୁ ସୋସିଆଲ ମିଡିଆରେ ବାବା ଅପଲୋଡ କରିଦେବା ପରେ ଶୋଷା ବାବାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି  ପୀଡିତା ।