ସୋରରେ ଚାଂଚଲ୍ୟ ! କଲେଜ ପଢ଼ୁଆ ଝିଆରିକୁ ବଳି ଦେବାକୁ ଦାଦାର ଉଦ୍ୟମ

41

କନକ ବ୍ୟୁରୋ : ସୋରରେ ଚାଂଚଲ୍ୟ । ଜଣେ କଲେଜ ଛ୍ରାତ୍ରୀଙ୍କୁ ବଳି ଦେବାକୁ ଉଦ୍ୟମ ଖବର ସମଗ୍ର ସୋର ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ନିଜର କଲେଜ ପଢ଼ୁଆ ଝିଆରିକୁ ଦାଦା ବଳିଦେବାକୁ ନେବା ସମସ୍ତଙ୍କୁ ସ୍ତମ୍ବୀଭୂତ କରିଛି । ସୂଚନା ଅନୁଯାୟୀ ସୋର ବ୍ଲକ୍ ମାଣିପୁର ପଂଚାୟତ ପଂଛାପଦୀ ଗାଁର କୈଳାସ ମଳିକ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ କେହି ଗୁଣି ଗାରେଡି କରିଥିବା

ସନ୍ଦେହରେ ତାର ପରିବାର ଲୋକେ ମୟୂରଭଞ୍ଜ ଜିଲ୍ଲା ଉଦଳାର ଜଣେ ଗୁଣିଆଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜଣେ ଅବିବାହିତ ଝିଅକୁ ବଳି ଦେଲେ ରୋଗ ଭଲ ହୋଇଯିବ ବୋଲି ଗୁଣିଆ ପରାମର୍ଶ ଦେଇଥିଲା । ଏହାକୁ ବିଶ୍ୱାସ କରି ଗତ ରାତିରେ ନିଜ ଝିଆରିକୁ ବଳି ଦେବା ପାଇଁ ଉଠାଇ ନେବାକୁ ଉଦ୍ୟମ କରିଥିଲା ଦାଦା ଓ ତାଙ୍କ ସାଥୀ । ତେବେ ଝିଅଟି ଚିକ୍ରାର କରିବାରୁ ଗ୍ରାମବାସୀ ଏକଜୁଟ୍ ହୋଇ ଦାଦା ସମେତ ତିନି ଜଣଙ୍କୁ କାବୁ କରିଥିଲେ ଏବଂ ପୁଲିସ ଜିମା ଦେଇଛନ୍ତି । ସୋର ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।