ସୋର ସ୍ଥିତିରେ ଆସିଛି କିଛି ମାତ୍ରାରେ ସୁଧାର : ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ ସମୂହ ନମାଜ ପାଠ କରିବା ପାଇଁ ଅନୁମତି

22

ସୋର : ସୋର ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିଛି । ତଥାପି ପଠାଣ ମହଲାରେ ପୁଲିସ ପଇଁତରା ମାରୁଛି । ସକାଳ ୮ଟାରୁ ଦିନ ୨ଟା ଯାଏ ୧୪୪ ଧାରାରେ କଟକଣା କୋହଳ କରାଯାଇଛି । ତେବେ ଆଜି ଇସଲାମ ଧର୍ମର ପର୍ବ ଇଦ- ଉଲ- ଜୁହା ଥିବାରୁ କଟକଣାକୁ କୋହଳ କରାଯାଇଛି । ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ ସମୂହ ନମାଜ ପାଠ କରିବା ପାଇଁ ଅନୁମତି ମିଳିଥିବା ବେଳେ ତାଜିଆ ଶୋଭାଯାତ୍ରାକୁ ବାରଣ କରାଯାଇଛି ।

ସକାଳୁ ସକାଳୁ ଇସଲାମ ଧର୍ମାବଲମ୍ବୀମାନେ ମସଜିଦରେ ସମୂହ ନମାଜ ପାଠ କରିଥିବା ବେଳେ ଏହି ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ସୋରରେ ଗଣେଶ ଭସାଣ ବେଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଏବେ ସୁଦ୍ଧା ୯ ଜଣଙ୍କୁ ଗିରଫ କରଛି ପୁଲିସ ।