ବାଲେଶ୍ୱର ବାହାନଗାରେ ଅଭାବନୀୟ ଘଟଣା : ଭୁଜାଲିରେ ହାଣି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା, ମୋବାଇଲ ଏବଂ ଲ୍ୟାପଟପ୍

22

କନକ ବ୍ୟୁରୋ : ଯୁବକଙ୍କୁ ଭୁଜାଲିରେ ହାଣିଲେ, ଟଙ୍କା, ମୋବାଇଲ୍ ଓ ଲ୍ୟାପଟପ୍ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ବାହାନଗା ଷ୍ଟେସନରୁ କିଛି ଦୂରରେ ଘଟିଛି ଏହି ଅଘଟଣ । ଗତକାଲି ରାତିରେ ଖନ୍ତାପଡା ଥାନା ଅନ୍ତର୍ଗତ ରଡୁଆ ଗାଁର ତିନି ଜଣ ଯୁବକ ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସେମାନେ ଲୁଟ୍ କରିବା ସହ ଯୁବକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ କହିବା ଅନୁଯାୟୀ ଲୁଟେରାମାନେ ୨ଟି କଳା ପଲସରରେ ଆସି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।ଏପରିକି ଭୟଭୀତ କରିବା ପାଇଁ ବନ୍ଧୁକ ଦେଖାଇବା ସହ ଭୁଜାଲିରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିବାବେଳେ ଯାତ୍ରା ଦେଖି ଫେରୁଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ଗୋପାଳପୁର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।