ସୋରରେ ଅଭାବନୀୟ କାଣ୍ଡ : ଅଙ୍ଗନବାଡିରେ ପଢୁଥିବା ଶିଶୁ ନାଳରେ ପଡି ମୃତ୍ୟୁ, ଅଙ୍ଗନବାଡି କର୍ମୀଙ୍କୁ ପରିବାର ଲୋକଙ୍କ ନିସ୍ତୁକ ମାଡ

36

ସୋର : ଅଙ୍ଗନବାଡିରେ ପଢୁଥିବା ଶିଶୁ ନାଳରେ ପଡି ମୃତ୍ୟୁ । ଏହାକୁ ନେଇ ସୋରରେ ଅଭାବନୀୟ କାଣ୍ଡ । ଅନଙ୍ଗବାଡି କର୍ମୀଙ୍କୁ ଘଟଣା ପାଇଁ ଦାୟୀ କରି ଉଲଗ୍ନ କରି ଗୁଡାଇ ତୁଡାଇ ମାଡ । ବାଲେଶ୍ୱର ସୋର ବ୍ଲକ ସାରସଙ୍ଗ ଗ୍ରାମରେ ଥିବା ସାରସଙ୍ଗ ବାସୁଦେଇ ଅଙ୍ଗନବାଡି କେନ୍ଦ୍ରକୁ ଆସିଥିବା ୪ବର୍ଷର ଶିଶୁ ନାଳରେ ପଡି ମରିଯିବା ପରେ ଗାଁରେ ଲାଗି ରହିଛି ଉତେଜନା । ଏହି ଘଟଣାରେ ଅଙ୍ଗନବାଡି କର୍ମୀଙ୍କୁ ଦାୟୀ କରି ମୃତ ଶିଶୁ ଚନ୍ଦନଙ୍କ ପରିବାର ଲୋକ ଓ ଗାଁ ଲୋକ ନିସ୍ତୁକ ଛେଚିଛନ୍ତି ।

ଗତକାଲି ଅଙ୍ଗନବାଡି କେନ୍ଦ୍ରରେ ପାଠପଡା ସରିବା ପରେ ଚନ୍ଦନ ନିଖୋଜ ଥିଲେ । ତାଙ୍କୁ ଖୋଜାଖୋଜି କରିବାରୁ ତାଙ୍କ ମୃତ ଦେହ ଅଙ୍ଗନବାଡି କେନ୍ଦ୍ର ପାଖରେ ଥିବା ଏକ ନୟନଜୋଡ଼ିରେ ଭାସୁଥିବାର ଗ୍ରାମବାସୀ ମାନେ ଦେଖିଥିଲେ । ଚନ୍ଦନ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜାଣିବା ପରେ ଗ୍ରାମବାସୀଙ୍କ ଦ୍ୱାରା ଅଙ୍ଗନବାଡ କର୍ମୀ ଅନ୍ନପୂର୍ଣ୍ଣା ପ୍ରଧାନଙ୍କୁ କେନ୍ଦ୍ରରେ ତାଲାପକାଇ ଦେଇଥିଲେ । ଅଙ୍ଗନବାଡି କେନ୍ଦ୍ରରେ ଭଂଗାରୁଜା କରିବା ସହ ଅନ୍ନପୁର୍ଣ୍ଣା ପ୍ରଧାନଙ୍କୁ ଉଲଗ୍ନ କରି ଗୁଡାଇ ତୁଡାଇ ମାଡ଼ ମାରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ସୋର ପୁଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି । ଅଙ୍ଗନବାଡି କର୍ମୀ ଅନ୍ନପୂର୍ଣ୍ଣା ପ୍ରଧାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।