ସୋର :ସୋର ସିମୁଳିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଛି ଆମ୍ବୁଲାନ୍ସ । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରମାନଂକୁ ଚିକିତ୍ସା ପାଇଁ ଭଦ୍ରକ ମାରକଣା ମେଡିକାଲରେ ଭର୍ତି କରା ଯାଇଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ମେଦିନପୁର ଅଂଚଳର ବୋଲି ଜଣାପଡିଛି । ଆମ୍ବୁଲାନ୍ସଟି ଭୁବନେଶ୍ୱରରୁ ମେଦିନପୁରକୁ ଯାଉଥିଲା ।