ଅଣ ହଟସ୍ପଟ ଜିଲ୍ଲା ପାଇଁ ଜାରି ହେଲା ଏସଓପି । ଶ୍ରମିକଙ୍କ ଯାତାୟତ ପାଇଁ ମିଳିବ ପୂର୍ଣ୍ଣ ଅନୁମତି । ଗାଡି ମରାମତି ଦୋକାନ ସହ ଖୋଲା ରହିବ ଢାବା । ଜାଣନ୍ତୁ କେଉଁଠୁ ପାଇବେ ଗାଡି ପାସ୍ ?

1,149

କନକ ବ୍ୟୁରୋ: ଅଣ ହଟସ୍ପଟ ଜିଲ୍ଲା ପାଇଁ ଜାରି ହେଲା ଏସଓପି । ଶ୍ରମିକମାନଙ୍କ ଯାତାୟତ ପାଇଁ ଏସଆରସି ଜାରି କଲେ ଏସଓପି । କମ୍ପାନୀ ଦେଇଥିବା ପରିଚୟ ପତ୍ର ଦେଖାଇ ଶ୍ରମିକ କାମ କରିବାକୁ ଯାଇ ପାରିବେ । ଅନୁମତିପ୍ରାପ୍ତ ବ୍ୟବସାୟ ପ୍ରତିଷ୍ଠାନ ଜାରି କରିବେ ପରିଚୟ ପତ୍ର । ତେବେ ଚାଲିଚାଲି କିମ୍ବା ସାଇକେଲରେ ଯାଉଥିବା ଶ୍ରମିକଙ୍କୁ ଯାତାୟତ ପାଇଁ ମିଳିବ ପୂର୍ଣ୍ଣ ଅନୁମତି ।

ସେପଟେ ସାମାଜିକ ଦୂରତା ରଖି ଗାଡିରେ ବି କର୍ମସ୍ଥଳୀକୁ ଯାଇପାରିବେ ଶ୍ରମିକ । ମାତ୍ର ଶ୍ରମିକଙ୍କୁ ନେଇ ଯାଉଥିବା ଗାଡି ବାଟରୁ ଅନ୍ୟ କୌଣସି ଯାତ୍ରୀଙ୍କୁ ଉଠାଇ ପାରିବେନି । ଗାଡି ପାଇଁ ପାସ୍ ଦେବେ ଜିଲ୍ଲାପାଳ, ଆରଟିଓ ଓ ମ୍ୟୁନସିପାଲଟି ।

ତେବେ ସବୁଠାରୁ ବଡ କଥା ହେଉଛି ଜାତୀୟ କିମ୍ବା ରାଜ୍ୟ ରାଜପଥ କଡରେ ଖୋଲି ପାରିବ ଢାବା । ତାଲାବନ୍ଦ ସମୟରେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ଢାବା । ଅନ୍ୟ ଜିଲ୍ଲାରୁ ଶ୍ରମିକ ଆଣିବାକୁ ଚାହିଁଲେ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ ।

ଅଣହଟସ୍ପଟ୍‌ ଜିଲ୍ଲାରେ ଖୋଲିପାରିବେ ଗାଡି ମରାମତି ଦୋକାନ । ବ୍ୟାଟେରୀ ଦୋକାନ ଓ ସ୍ପେୟାରପାର୍ଟସ ଦୋକାନ ଖୋଲିପାରିବେ । କେତେ ଦିନ ଓ କେତେ ସମୟ ଖୋଲିବ ସ୍ଥିର କରିବେ ଜିଲ୍ଲାପାଳ । ଗୋଟିଏ ଅଂଚଳରେ ୫ରୁ ଅଧିକ ଦୋକାନ ଖୋଲି ପାରିବ ନାହିଁ । ବଡ କଥା ହେଉଛି ଅବରୋଧ ଅଂଚଳରେ ଏସବୁ ଅନୁମତି ମିଳିବ ନାହିଁ । ରେଡ ଓ ଅରେଞ୍ଜ କ୍ୟାଟାଗୋରୀ ଜିଲ୍ଲାରେ ଜିଲ୍ଲାପାଳ ନେବେ ନିଷ୍ପତି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ ସ୍ୱତନ୍ତ୍ର ରିଲିଫ କମିସନର ।

ଆପଣଙ୍କ ଜିଲ୍ଲା ଅଣ-ହଟସ୍ପଟ କି?

ଆପଣଙ୍କ ଜିଲ୍ଲା ଅଣ-ହଟସ୍ପଟ କି? ଜାଣନ୍ତୁ କେଉଁ ଦୋକାନ ଖୋଲିବ, କିଏ ଦେବ ଗାଡି ପାଇଁ ପାସ୍? ଏସଆରସି ଜାରି କଲେ ଏସଓପି । #KanakNews #Odisha #SRC #OdishaFightsCoronaVirus #COVID19

Posted by Kanak News on Tuesday, April 21, 2020