ଘରୋଇ କମ୍ପାନୀ ହାତକୁ ଯିବ ଟ୍ରେନ ଚଳାଚଳର ଦାୟିତ୍ୱ ! ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରେ ରେଳବାଇ

ଘରୋଇ କମ୍ପାନୀ ହାତକୁ ଯିବ ଟ୍ରେନ ଚଳାଚଳର ଦାୟିତ୍ୱ

211

କନକ ବ୍ୟୁରୋ : ଭାରତରେ ଚାଲୁଥିବା ଟ୍ରେନ ଗୁଡିକୁ ଘରୋଇ କରଣ କରିବା ପାଇଁ ଯୋଜନା କରାଯାଉଛି । ବିଗତ କିଛିଦିନ ହେବ ଏନେଇ ବିଚାରବିମର୍ଶ ଚାଲିଥିବା ରେଳବାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ରେଳରେ ନିତିଦିନ ଯାତ୍ରା କରୁଥିବା ଯାତ୍ରା ଓ ମାଲ ପରିବହନ କରୁଥିବା ବ୍ୟକ୍ତିମାନେ ରେଳର ବିକାଶ ଚାହୁଁଛନ୍ତି । ତେଣୁ ସେମାନଙ୍କ ଦାବି ଉପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଚର୍ଚ୍ଚା କରୁଥିବା ନେଇ ସୂଚନା ମିଳିଛି । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାରା ଦୁନିଆରେ ରେଳର ଅନେକ ବିକାଶ ହେଲାଣି ।

 

ତେଣୁ ସେହି ଅନୁସାରେ ଭାରତରେ ଚଳାଚଳ କରୁଥିବା ରେଳର ବିକାଶ ହେବାର ଆବଶ୍ୟକତା ରହିଛି । ଏହାସହ ଯାତ୍ରୀମାନେ ମଧ୍ୟ ରେଳରେ ଅନେକ ବିକାଶ ହେଉ ବୋଲି ଚାହୁଁଛନ୍ତି । ବର୍ତମାନ ଏହା ଉପରେ ଆଲୋଚନା ହେଉଛି , ଯଦି ଘରୋଇକରଣ ହୁଏ ତେବେ କେଉଁ କେଉଁ କ୍ଷେତ୍ରରେ ଘରୋଇକରଣ ହେବ ତାହା ମଧ୍ୟ ବିଚାର କରାଯିବ । କାରଣ ବର୍ତମାନ ସମୟରେ କିଛି ଟ୍ରେନକୁ ଛାଡି ଦେବାପରେ ଅନେକ ଟ୍ରେନ ଘାଟାରେ ଚାଲିଛି ।

 

କେବଳ ଏତିକି ନୁହେଁ ଏନେକ କମ୍ପାନୀ ମଧ୍ୟ ଏନେଇ ରାଜି ଥିବା ଆମ ନଜରକୁ ଆସିଛି । କିନ୍ତୁ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ଆଗାମୀ ଦିନରେ ଏନେଇ ମତ ସ୍ପଷ୍ଟ କରାଯିବ । ଅନେକ ଦେଶରେ ଟ୍ରେନକୁ ଘରୋଇକରଣ କରାଯାଇଛି । ଏହାଦ୍ୱାରା ସେମାନେ ଅଧିକ ଲାଭ ପାଉଥିବା ସମୟରେ ଯାତ୍ରୀମାନେ ମଧ୍ୟ ରେଳ ସେବାରେ ଖୁସୀଥିବା ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ କେବେ ଏନେଇ ରେଳବାଇ ସୂଚନା ଦେବ ସେସମ୍ପର୍କରେ ତଥ୍ୟ ବା ସୂଚନା ମିଳିପାରିନାହିଁ ।