ଅଭିଜିତଙ୍କ ସମର୍ଥନରେ ବାହାରିଲେ ସିଙ୍ଗିଙ୍ଗ ସୁପରଷ୍ଟାର ସୋନୁ ନିଗମ ! ଟ୍ୱିଟରରୁ ଆକାଉଂଟ ହଟାଇଲେ

41

ବଲିଉଡ୍ ଗାୟକ ଅଭିଜିତଙ୍କ ସମର୍ଥନରେ ବାହାରିଲେ ସୋନୁ ନିଗମ୍ । ଅଭିଜିତଙ୍କ ଆକାଉଂଟକୁ ଟ୍ୱିଟର ପକ୍ଷରୁ ସସପେଣ୍ଡ କରାଯାଇଥିବାରୁ ଏହାକୁ ବିରୋଧ କରି ନିଜ ଆକାଉଂଟକୁ ବି ଟ୍ୱିଟରରୁ ହଟାଇ ନେବାକୁ ଘୋଷଣା କରିଛନ୍ତି ସୋନୁ । ଅଜାନ୍ ବିବାଦ ପରେ ନିଜେ ଲଣ୍ଡା ହୋଇଥିବା ସୋନୁ ଟ୍ୱିଟର ବିରୋଧରେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ଏବଂ ନିଜ ଟ୍ୱିଟର ଆକାଉଂଟ୍ ଡିଲିଟ୍ କରିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମହିଳାଙ୍କୁ ଅଭଦ୍ର ଟିପ୍ପଣୀ କରୁଥିବା ଅଭିଯୋଗରେ ଗତକାଲି ଅଭିଜିତଙ୍କ ଆକାଉଂଟକୁ ଟ୍ୱିଟର ସସପେଣ୍ଡ କରିଥିଲା । ପ୍ରାୟ ୨୫ ଥର ଟ୍ୱିଟ୍ କରି ଅଭିଜିତଙ୍କୁ ସମର୍ଥନ କରିଛନ୍ତି ସୋନୁ ନିଗମ୍ । ଆଉ ଟ୍ୱିଟରର ଏପରି ଏକତରଫା ନିଷ୍ପତିକୁ ବିରୋଧ କରିଛନ୍ତି । ଯଦି ଅଭିଜିତଙ୍କ ଆକାଉଂଟ୍ ସସପେଣ୍ଡ ହୋଇଛି ତେବେ ଟ୍ୱିଟ୍ କରି ଆହୁରି ଅଧିକ ଅଭଦ୍ର ଗାଳି ଓ କଠୋରପନ୍ଥୀ ଧମକ ଦେଉଥିବା ୯୦ ପ୍ରତିଶତ ୟୁଜର୍ସଙ୍କ ଆକାଉଂଟ ବି ସସପେଣ୍ଡ ହେବା ଉଚିତ ବୋଲି ସୋନୁ କହିଛନ୍ତି ।