ଅଜାନ୍ ସଂପର୍କରେ ସୋନୁ ନିଗମଙ୍କ ଟ୍ୱିଟକୁ ନେଇ ଜୋରଦାର ବିବାଦ ! ସମର୍ଥନ ଓ ବିରୋଧରେ ଶହ ଶହ ରିଟ୍ୱିଟ୍

25

ଅଜାନ୍ ସଂପର୍କରେ ସୋନୁ ନିଗମଙ୍କ ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି । ମୁସଲମାନ ସଂପ୍ରଦାୟର ଲୋକେ ସକାଳେ ଲାଉଡସ୍ପିକର ମାଧ୍ୟମରେ ମସଜିଦରେ ଅଜାନ କରିବାକୁ ବିରୋଧ କରିଛନ୍ତି ସୋନୁ । ବଲିଉଡର ଏହି ଲୋକପ୍ରିୟ ଗାୟକ କହିଛନ୍ତି ସେ ମୁସଲମାନ ନୁହଁନ୍ତି, କିନ୍ତୁ ପ୍ରତିଦିିନ ସକାଳୁ ଅଜାନର ଶବ୍ଦ ତାଙ୍କ ନିଦ ଭାଙ୍ଗିଦେଉଛି । ଭାରତରେ ଏ ଧାର୍ମିକ ଗୁଣ୍ଡାଗର୍ଦ୍ଦି କେବେ ବନ୍ଦ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଥିସହ ମହମ୍ମଦ ଇସଲାମ ଧର୍ମ ପ୍ରତିଷ୍ଠା କରିବା ବେଳେ ଇଲେକ୍ଟ୍ରିସିଟି ନଥିଲା ବୋଲି ମଧ୍ୟ ସୋନୁ ଟ୍ୱିଟ୍ କରିବା ପରେ ବିବାଦ ଜୋର୍ ଧରିଛି । କୌଣସି ମନ୍ଦିର କିମ୍ବା ଗୁୁରୁଦ୍ୱାରା ଅନ୍ୟ ଧର୍ମର ଲୋକଙ୍କୁ ନିଦରୁ ଉଠାଇବା ପାଇଁ ଇଲେକ୍ଟ୍ରିସିଟି ବ୍ୟବହାର କରନ୍ତି ନାହଁ ବୋଲି ଟ୍ୱିଟ୍ କରିଛନ୍ତି ସୋନୁ ନିଗମ । ଟ୍ୱିଟରରେ ସୋନୁଙ୍କର ପ୍ରାୟ ୬୦ ଲକ୍ଷ ଅନୁଗାମୀ ଅଛନ୍ତି । ତାଙ୍କ ମନ୍ତବ୍ୟକୁ ଜୋରଦାର ଭାବେ ସମର୍ଥନ ଓ ବିରୋଧ କରାଯାଇଛି ।