ହାତୀ ଆକ୍ରମଣରେ ବାପାଙ୍କ ମୃତ୍ୟୁ ପରେ ତାତିଲେ ପୁଅ : ଗାଁ ଦାଣ୍ଡରେ ବନ ଅଧିକାରୀଙ୍କୁ ଘେରିଲେ ନାବାଳକ ପୁଅ

38

କନକ ବ୍ୟୁରୋ : ହାତୀ ଆକ୍ରମଣରେ ବାପାଙ୍କର ମୃତ୍ୟୁ ପରେ ବନ କର୍ମଚାରୀଙ୍କୁ ଘେରିଲେ ଦୁଇ ପୁଅ । ଗାଁ ଦାଣ୍ଡରେ ବନ ଅଧିକାରୀଙ୍କ ବସାଇ ଅନେକ କିଛି ପ୍ରଶ୍ନ କରିଛନ୍ତି ମୃତକଙ୍କ ପୁଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବଡମାଲ ରେଂଜ ଅନ୍ତର୍ଗତ ଝୁଟାମୁଣ୍ଡା ଗାଁରେ ।

ଗତ ୨୧ ତାରିଖ ଦିନ ହାତୀ ଆକ୍ରମଣରେ ଏହି ଗାଁର ତିରୁପତି ମୁଣ୍ଡାଙ୍କର ମୃତ୍ୟୁ ହୋଇଛି । ବଡମାଲ ରେଂଜର ରମେଶ କର ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ମୃତ ତିରୁପତିଙ୍କ ଦୁଇ ନାବାଳକ ପୁଅଙ୍କ ପ୍ରଶ୍ନର ଶିକାର ହୋଇଛନ୍ତି । ପିଲା ଦୁଇଜଣ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ନାପସନ୍ଦ କରିବା ସେମାନଙ୍କ ଭବିଷ୍ୟତକୁ ନେଇ ବନ ଅଧିକାରୀଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ହାତୀ ଆକ୍ରମଣରେ ବାପାଙ୍କର ମୃତ୍ୟୁ ପରେ ପରିବାର କେମିତି ଚଳିବ, ସେମାନେ କଣ ଖାଇବେ, ତାଙ୍କ ଭରଣପୋଷଣ କିଏ କରିବ ବୋଲି ଗାଁ ଦଣ୍ଡରେ ପ୍ରଶ୍ନ କରିଥିଲେ ଏହି କୁନିକୁନି ଦୁଇ ପୁଅ ।

ହାତୀ କବଳରୁ ଗାଁକୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ । ଏମିତିକି ହାତୀକୁ ବନ କର୍ମଚାରୀ ମାରନ୍ତୁ ନଚେତ୍ ସେମାନଙ୍କୁ କୁହନ୍ତୁ, ସେମାନେ ମାରିଦେବେ ବୋଲି କହିଛନ୍ତି । ତିରୁପତିଙ୍କୁ ମାରିଥିବା ନରହନ୍ତା ହାତୀ ଦେଢବର୍ଷରେ ୬ ଜଣଙ୍କୁ ହତ୍ୟା କରି ସାରିଥିବା ଜଣାପଡିଛି ।