ବାଣ ନୁହେଁ ହସ ଫୁଟାଇବା ! ଦେଖନ୍ତୁ ଅସହାୟ ୪ ଭଉଣୀଙ୍କ ମୁହଁରେ କିଏ ଫୁଟାଇଲା ହସ

42

vlcsnap-2016-10-29-19h45m36s502ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୋଟିଏ ମୁହୁର୍ତ୍ତରେ ବଦଳି ଯାଇଛି ଜୀବନର ନକ୍ସା । ଜୀବନ କଣ ଜାଣିବା ପୂର୍ବରୁ ଜୀବନର ବୋଝ । ସ୍ମିତା । ବୟସ ମାତ୍ର ୯ । ହେଲେ ଦାୟିତ୍ୱ କିନ୍ତୁ ମା’ ଠୁ ବି ବଳି ଯାଇଛି । କାରଣ ସେ ପିଲା ହୋଇଗଲେ , ମା’ ଥାଇ ବି ବେସାହାରା ହୋଇ ଯିବେ ତାର ତିନି ଭଉଣୀ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏ ଅଭିଶପ୍ତ ପରିବାରର କାହାଣୀ ।

ଘରର ମୁରବୀ ମାରାତ୍ମକ କ୍ୟାନସର୍ ରୋଗରେ ପୀଡିତ । ତେଣୁ ଘର ଛାଡି ମା’ ଏବେ ମେଡିକାଲରେ । ଆଉ ମା’ଙ୍କ ଅନୁପସ୍ଥିତିରେ , ଦିନରୁ ରାତି ଯାଏଁ ଘରର ଦାୟିତ୍ୱ ସ୍ମୃତିର । ସେପଟେ ଜଟିଳ ରୋଗର ଚିକିତ୍ସା କରୁ କରୁ ଜଟିଳ ହୋଇ ପଡିଛି ପରିବାରର ଆର୍ଥିକ ସ୍ଥିତି । ହେଲେ ଏ କୁନି ପିଲା କଣ ଏକଥା ବୁଝି ପାରିବେ । ଦୀପାବଳିରେ ସେମାନେ ବି ଚାହୁଁଛନ୍ତି ଟିକିଏ ଖୁସି ।

ସ୍ମିତାଙ୍କ ସାହାସ, ଧର୍ଯ୍ୟ ଓ ସହନଶୀଳତାର କଥାକୁ ଶୁଣି ଭାବବିହ୍ୱଳ ହୋଇ ପଡିଥିଲେ ଅଭିନେତ୍ରୀ ସୋନିକା ରୟ । ଘରୁ ବାହାରି ପଡିଥିଲେ ହସ ବଜାରରୁ ହସର ସଉଦା ପାଇଁ । ଚାରି ଭଉଣୀଙ୍କ ପାଇଁ କିଣିଥିଲେ ମନ ପସନ୍ଦର ଡ୍ରେସ୍ ଆଉ କେତେକଣ । ଉପହାର ଧରି ହାଜର ହୋଇଥିଲେ ସ୍ମିତାଙ୍କ ବସ୍ତିରେ । ସମୟର ଚକାଭଉଁରୀରେ ପେଶି ହୋଇ ପଡିଥିବା ପୁରା ପରିବାର ସୋନିକାଙ୍କୁ ଦେଖି ଖୁସିରେ ଫାଟି ପଡିଥିଲା । ବେଶ୍ କିଛି ସମୟ ଧରି ଚାଲିଥଲା ଖୁସି ଦିଆନିଆର ପର୍ବ ।

ଦିନେ ଏ ପରିବାରରେ ପୁନେଇ ଚାନ୍ଦ ଖିଲି ଖିଲି ହସୁଥିଲା । ହେଲେ ଆଜି ଅମାବାସ୍ୟାର ନିଷ୍ଠୁର ଅନ୍ଧାର ବସା ବାନ୍ଧିଛି । ଏଭଳି ସ୍ଥିତିରେ ଏମାନେ ଚାହାଁନ୍ତି ହସ ଟିକେ , ଖୁସି ଟିକେ । ସୋନିକା ତ ନିଜ ବାଣ କିଣା ଟଙ୍କାରେ ହସ କିଣିଛନ୍ତି । ଆଉ ଆପଣ ?