କିଏ ହେବ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ : ଆଜି ସୋନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

29

କନକ ବ୍ୟୁରୋ : ରାଷ୍ଟ୍ରପତି ପାଇଁ ଏନଡିଏର ପ୍ରାର୍ଥୀ ଘୋଷଣା ପରେ କିଏ ହେବ ୟୁପିଏର ପ୍ରାର୍ଥୀ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏନଡିଏ ପକ୍ଷରୁ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବାପରେ ପ୍ରାର୍ଥୀ ଚୟନ ପାଇଁ ଆଜି ଦିଲ୍ଲୀରେ ୟୁପିଏର ବୈଠକ ବସୁଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ୟୁପିଏର ସହଯୋଗୀ ଦଳଙ୍କ ସହ କିଛି ଆଂଚଳିକ ଦଳର ମୁଖ୍ୟମାନେ ମଧ୍ୟ ଯୋଗଦେବେ ।

ତେବେ ରାମନାଥଙ୍କ ସହ ଚ୍ୟାଲେଂଜ କରିବା ଭଳି ପ୍ରାର୍ଥୀ ଚୟନ କରାଯିବ ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚାରେ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ନାଁ ସବୁଠାରୁ ଆଗରେ ରହିଛି । ଗତକାଲି ଅପରାହ୍ନରେ ମୀରା କୁମାର ସୋନିଆଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ବିଜେପିର ଦଳିତ ପ୍ରାର୍ଥୀଙ୍କୁ ଚେକ୍ ଦେବା ପାଇଁ କଂଗ୍ରେସ ମଧ୍ୟ ଜଣେ ଦଳିତ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଜିର ବୈଠକ ପରେ ୟୁପିଏର ପ୍ରାର୍ଥୀ ବାବଦରେ ଘୋଷଣା କରାଯିବ ।