୭୦ ବର୍ଷ ବୟସରେ ପାଦଦେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

17

କନକ ବ୍ୟୁରୋ : ଆଜି ୭୦ ବର୍ଷ ବୟସରେ ପହଁଚିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଦିଲ୍ଲୀ ସରକାରୀ ଆବାସରେ କଂଗ୍ରେସ କର୍ମୀ ଓ ସମର୍ଥକ ପହଁଚି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୧୯୪୬ ମସିହା ନଭେମ୍ବର ୯ ତାରିଖରେ ଇଟାଲୀର ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୋନିଆ । ୧୯୯୮ ମସିହାରେ କଂଗ୍ରେସର ଅଧ୍ୟକ୍ଷା ଭାବେ ସୋନିଆ ଗୁରୁଦାୟିତ୍ୱ ଗ୍ରହଣ କରିଥିଲେ । ଅନ୍ୟପଟେ ଟୁଇଟ କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସୋନିଆଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନ ମଧ୍ୟ କରିଛନ୍ତି ମୋଦି ।