ବିରୋଧୀଦଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ସୋନିଆ ଗାନ୍ଧୀ ! ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି

39

କନକ ବ୍ୟୁରୋ : ଆସନ୍ତାକାଲି ବିରୋଧୀଦଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ବୈଠକରେ ଯୋଗ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୂର୍ବରୁ ନିଜ ସହମତି ପ୍ରକାଶ କରିଛନ୍ତି । ବିଜେପୀ ସହଯୋଗୀ ଦଳ ଶିବସେନାକୁ ମଧ୍ୟ ବୈଠକରେ ଯୋଗଦେବା ପାଇଁ ଆମନ୍ତ୍ରିତ କରାଯିବ ବୋଲି ଜଣାପଡିଛି । ବୈଠକ ପରେ ବିରୋଧୀ ନିଜ ଆଶାୟୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିପାରନ୍ତି ।