କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଳ ଗାନ୍ଧିଙ୍କ ନିର୍ବାଚନ ପରେ ସୋନିଆ ଗାନ୍ଧିଙ୍କ ବଡ ନିଷ୍ପତ୍ତି ! କହିଲେ, ରାଜନୀତିରୁ ନେବେ ଅବସର

39

କନକ ବ୍ୟୁରୋ : ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହେବା ପରେ ସୋନିଆ ଗାନ୍ଧିଙ୍କ ପ୍ରଥମ ବୟାନ ଆସିଛି । ରାଜନୀତିରୁ ଅବସର ନେବା ପାଇଁ ସେ ସଙ୍କେତ ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ଆଜତକକୁ ସାକ୍ଷାତକାର ଦେଇ ସୋନିଆ କହିଛନ୍ତି, ସେ ଏବେ ଅବସର ନେଇଯିବେ । ଏହାସହ ସୋନିଆ ୨୦୧୯ ଲୋକସଭା ନିର୍ବାଚନ ଲଢିବା ନେଇ ବି ସନ୍ଦେହ ସୃଷ୍ଟି ହୋଇଛି । ଦୀର୍ଘ ୧୯ ବର୍ଷ ଧରି ସୋନିଆ ଗାନ୍ଧି କଂଗ୍ରେସର ସଭାପତି ଥିଲେ । ତାଙ୍କ ସମୟରେ କଂଗ୍ରେସର ଲୋକପ୍ରିୟତା ମଧ୍ୟ ବଢିଥିଲା ।

sonia gandhi୨୦୦୪ରେ ସହଯୋଗୀଙ୍କ ସହ କଂଗ୍ରେସ ସରକାର ବି ଗଢିଥିଲା । ଆଉ ଏହାପରେ ୨୦୦୯ ସାଧାରଣ ନିର୍ବାଚନ ମଧ୍ୟ ଜିତିଥିଲା କଂଗ୍ରେସ । ଫଳରେ ଏହି ସମୟରେ ୧୦ ବର୍ଷ ଧରି ୟୁପିଏ ସରକାର କେନ୍ଦ୍ରରେ କ୍ଷମତାସୀନ ଥିଲା । ଆସନ୍ତାକାଲି ରାହୁଲ ଗାନ୍ଧି କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ନେବେ । ଏଥିପାଇଁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ପ୍ରସ୍ତୁତି ବି ଚାଲିଛି । ଠିକ ଏହି ସମୟରେ ସୋନିଆ ଏହି ବୟାନକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ସୋନିଆ ଗାନ୍ଧି ୟୁପିଏର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ତେବେ ୭୧ ବର୍ଷିୟା ସୋନିଆ ଗତ କିଛି ମାସ ହେବ ଅସୁସ୍ଥ ଥିବା ନେଇ ଖବର ପ୍ରକାଶ ପାଇଥିଲା । ୧୯୯୮ରେ ଭାରତୀୟ ଜାତୀୟ କଂଗ୍ରେସର ଦାୟିତ୍ୱ ନେଇଥିବା ସୋନିଆ ଗାନ୍ଧି ସବୁଠାରୁ ଅଧିକ ସମୟ- ୧୯ବର୍ଷ କଂଗ୍ରେସର ସଭାପତି ରହିଛନ୍ତି ।