କଂଗ୍ରେସ ସମର୍ଥକଙ୍କ ସୋନିଆ ପ୍ରେମ ! ପୋଷ୍ଟରରେ ସୋନିଆଙ୍କୁ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ତୁଳନା କରି ଚର୍ଚ୍ଚାରେ କଂଗ୍ରେସ ସମର୍ଥକ ।

88

କଂଗ୍ରେସ ପାର୍ଟି ରାଜନୈତିକ ମଇଦାନ ଇତିହାସରେ ଲଗାତାର ୨ ଟି ହାର ପରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି । ଅନ୍ୟପକ୍ଷରେ ଏଭଳି ପରିସ୍ଥିତିରୁ ବାହାରକୁ ବାହାରିବା ପାଇଁ ପାର୍ଟି କାର୍ଯ୍ୟକର୍ତ୍ତା ଜୋରସୋରରେ ଲାଗିପଡିଛନ୍ତି । ଏପଟେ ଲୋକସଭା ସଂସଦ ମଧ୍ୟ ଆରମ୍ଭ ହୋଇଗଲାଣି । ଏହିମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏକ ପୋଷ୍ଟର୍ ବାହାର କରିଛନ୍ତି । ଯେଉଁଥିରେ ୟୁପିଏ ଚେୟାରପର୍ସନ୍ ତଥା ପୂର୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତୁଳନା ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ତୁଳନା କରାଯାଇଛି ।

ଏହି ପୋଷ୍ଟର ପ୍ରୟାଗରାଜ କଂଗ୍ରେସ କାର୍ଯ୍ୟକର୍ତ୍ତା ହସିବ୍ ଅହମ୍ମଦ ବାହାର କରିଛନ୍ତିି । ପୋଷ୍ଟରରେ ସୋନିଆଙ୍କୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଚିତ୍ର ସହ ଦର୍ଶାଯାଇଛି । ପୋଷ୍ଟରରେ ସୋନିଆଙ୍କ ବ୍ୟତିତ ରାହୁଲ-ପ୍ରିୟଙ୍କା-ରାଜୀବ-ଇନ୍ଦିରା ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟରରେ ଖୁବ୍ ଭଲ ସ୍ଲୋଗାନ୍ ମଧ୍ୟ ଲେଖାହୋଇଛି । ପ୍ରୟାଗରାଜରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସହ ପୋଷ୍ଟରବଏ ଭାବେ ପରିଚିତ ହସିବ୍ ଅହମ୍ମଦ ସବୁବେଳେ ନିଜ ଦ୍ୱାରା ପ୍ରସ୍ତୁତ ପୋଷ୍ଟରକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Comments are closed.