ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ରାହୁଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ପଦ

467

କନକ ବ୍ୟୁରୋ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ବଡ ନିଷ୍ପତ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ନେଇ ଆସିଲା ବଡ ଖବର । ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବୈଠକରେ ନିଷ୍ପତ୍ତି ।

ତେବେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଖାଲି ପଡିଥିଲା ଅଧ୍ୟକ୍ଷ ପଦ । ମେ ୨୫ରେ ରାହୁଲ ଇସ୍ତଫା ଦେବା ପର ଠାରୁ କିଏ ହେବ କଂଗ୍ରେସର ଅଧ୍ୟକ୍ଷ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ମଝିରେ ବଡ ବଡ ନେତାଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେନି ବୋଲି ସ୍ପଷ୍ଟ କରା ଯାଇଥିଲା ।
ତେବେ ଆଜି ବୈଠକ ପରେ ରାହୁଲ ଗାନ୍ଧୀ କାଶ୍ମୀର କଥା କହିଥିବା ବେଳେ ଅଧ୍ୟକ୍ଷ ପଦ ନେଇ କିଛି କହିନଥିଲେ । ଆଉ ଏତିକି ବେଳେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।