୭୨ ବର୍ଷ ବୟସରେ ପାଦ ଦେଲେ ସୋନିଆ ଗାନ୍ଧୀ ! 

102

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ରାଷ୍ଟ୍ରିୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୭୨ ତମ ଜନ୍ମଦିନ । ଅନେକ କଂଗ୍ରେସ କର୍ମକର୍ତ୍ତା ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଗୃହରେ ଏକାଠି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ  ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି କି ‘ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମୁଁ ତାଙ୍କର ସୁସ୍ଥକର ଦୀର୍ଘ ଜୀବନ ସକାଶେ ପ୍ରାର୍ଥନା କରୁଛି ।’

 

ଜନ୍ମଦିବସକୁ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଢଙ୍ଗରେ ପାଳନ କରାଯାଇଛି । ଉତ୍ତରାଖଣ୍ଡରେ ସୋନିଆଙ୍କ ଜନ୍ମଦିନକୁ ରାଜ୍ୟ କଂଗ୍ରେସ ପକ୍ଷରୁ ‘ସାଂପ୍ରଦାୟିକ ସଦ୍ଭାବ ଦିବସ’ ଭାବେ ପାଳନ କରାଯାଇଛି । ସେହିପରି ମହାରାଷ୍ଟ୍ରର ପୁଣେଠାରେ ଡିସେମ୍ବର ୨ ରୁ ଆରମ୍ଭ ହୋଇ ଡିସେମ୍ବର ୯ ପର୍ଯ୍ୟନ୍ତ ସୋନିଆଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ଆୟୋଜନ କରାଯାଇଛି  ।

 

କଂଗ୍ରେସ ଦଳ ପକ୍ଷରୁ ଟ୍ୱିଟରରେ ସୋନିଆଙ୍କୁ ନିଜର ଦଳର ଶକ୍ତି ବୋଲି କହିବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇ ଟୁଇଟ୍ କରାଯାଇଛି । ଏହାଛଡ଼ା ରୋବର୍ଟ ଭଦ୍ରା, କ୍ୟାପ୍ଟେନ୍ ଅମରେନ୍ଦ୍ର ସିଂହ, ରାଜ ବାବର୍ ଆଦି ସୋନିଆଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି ।