କନ୍ଧମାଳ ହଳଦୀ ପ୍ରେମରେ ସୋନିଆ ଗାନ୍ଧି ! କିଣିଲେ କିଛି ପ୍ୟାକେଟ ହଳଦୀ ।

ସୋନିଆଙ୍କୁ ପସନ୍ଦ ଓଡିଶା ହଳଦୀ ! କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଗତ ବୁଧବାର ଦିନ ଓଡିଶା ଆସିଥିଲେ ।

550

ସୋନିଆଙ୍କୁ ପସନ୍ଦ ଓଡିଶା ହଳଦି ! କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଗତ ବୁଧବାର ଦିନ ନୂଆ ଦିଲ୍ଲୀର ଜନପଥ ରୋଡ ନିକଟରେ ଅନୁଷ୍ଠିତ ହୋଇଥିବା ଜୈବିକ ମହୋତ୍ସବ ମେଳାରୁ କିଛି କନ୍ଧମାଳ ହଳଦି ପ୍ୟାକେଟ କିଣିଥିବା ନଜର ଆସିଥିଲେ ।

ସୂଚନା ଅନୁଯାୟୀ, ଜୈବିକ ମେଳାରେ ସୋନିଆ ଗାନ୍ଧି ଓଡିଶାର ଶ୍ରୀୟା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଷ୍ଟଲରେ ଉପସ୍ଥିତ ଥିବା ଝରଣା ସାହୁଙ୍କ ଠାରୁ କିଛି ହଳଦୀ ପ୍ୟାକେଟ କିଣିଥିଲେ । ତେବେ ଝରଣାଙ୍କ କହିବା ଅନୁସାରେ ସୋନିଆ ଗାନ୍ଧି ତାଙ୍କ ଦୋକାନକୁ ଆସିବା ଦେଖି ସେ ବହୁତ ଖୁସି ହୋଇଯାଇଥିଲେ । ପରେ ସୋନିଆ ଗାନ୍ଧି ତାଙ୍କ ଦୋକାନରୁ କିଛି ହଳଦୀ ପ୍ୟାକେଟ କିଣିବା ସହ ହଳଦୀ କିପରି ଚାଷ କରାଯାଏ ଏବଂ କିପରି ବିକ୍ରି ଉପଯୋଗି କରାଯାଇଥାଏ ସେ ସମ୍ପର୍କରେ ଝରଣାଙ୍କୁ ପଚାରିଥିଲେ । କେବଳ ସେତିକି ନୁହେଁ ସୋନିଆ ଏହି ମେଳାରୁ ଅନ୍ୟ କେତେକ ଜିନିଷ ମଧ୍ୟ କିଣିଥିଲେ । ଏବଂ ଶେଷରେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଏହି ମେଳାରେ ରାଜ୍ୟ ସରକାରଙ୍କ ସହଯୋଗରେ ୫ଟି ସ୍ୱୟଂ ସହାୟକ ଗୋଷ୍ଠି ଭାଗ ନେଇଥିଲେ । ସେଥି ମଧ୍ୟରୁ ଦାରିଙ୍ଗବାଡିର ଏକ ସ୍ୱୟଂ ସହାୟକ ଗୋଷ୍ଠି ଥିବା ବେଳେ ଆଉ ଏକ କନ୍ଧମାଳରୁ ସ୍ୱୟଂ ସହାୟକ ଗୋଷ୍ଠି ଭାଗ ନେଇଥିଲେ ।