କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡକରୀଙ୍କୁ ପ୍ରଶଂସାକଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି

ସୋନିଆ ଗାନ୍ଧି ବି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି

198

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ବି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଲୋକସଭାରେ ଗୁରୁବାର ଭାରତମାଲା ପରିଯୋଜନା ସହିତ ଜଡ଼ିତ ପ୍ରଶ୍ନର ଉତ୍ତର ଦେବା ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କ କାମକୁ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ସମର୍ଥନ କରିବା ସହିତ ଭୁରିଭୁରି ପ୍ରଶଂସା କରିଥିଲେ।

ସଦନରେ ପ୍ରଶ୍ନକାଳ ସମୟରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭାରତମାଳା ପରିଯୋଜନା, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଓ ଧାରଧାମ ପରିଯୋଜନା ଆଦି ସମ୍ବଧିତ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ପ୍ରଶ୍ନ ପଚାରୁଥିବା ବିଜେପି, ଶିବସେନା ଓ କଂଗ୍ରେସ ସମେତ ଅନ୍ୟ ସମସ୍ତ ଦଳର ସଦସ୍ୟ ବି ଦେଶର ସଡ଼କ ଓ ରାଜମାର୍ଗରେ ହୋଇଥିବା କାମକାର୍ଯ୍ୟକୁ ନେଇ ନୀତିନ ଗଡକରୀଙ୍କୁ ପ୍ରଶଂସା କରିଥିଲେ।

ଗଡ଼କରି ସମସ୍ତ ପାର୍ଟିର ସଦସ୍ୟଙ୍କୁ ଠାରୁ ପ୍ରଶଂସା ପାଇବା ପରେ ନିଜକୁ ଭାଗ୍ୟବାନ ମନେ କରିଥିଲେ। ଏବଂ କହିଥିଲେ, ଲୋକସଭା ଅଧ୍ୟକ୍ଷା ମହୋଦୟା ଆପଣା ଥରେ ଯାଇ ଦେଖି ଆସନ୍ତୁ ଗଙ୍ଗା ପାଇଁ କେତେ କାମ ହୋଇଛି। ଏହି ପ୍ରସଙ୍ଗରେ ସୁମିତ୍ରା ମହାଜନ କହିଲେ, କାମ ତ ହୋଇଛି ଓ ଆମର ଆର୍ଶୀବାଦ ଆପଣଙ୍କ ଉପରେ ରହିଛି। ମନ୍ତ୍ରୀଙ୍କ ଉତ୍ତର ପରେ ବିଜେପିର ଗଣେଶ ସିଂହ ସୁମିତ୍ରା ମହାଜନଙ୍କୁ ଅନୁରୋଧ କରିଥିଲେ କି ଗଡ଼କରି ଏତେ କାମ କରିଛନ୍ତି, ତାଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ନିହାତି ଆବଶ୍ୟକ।