ମୋଦିଙ୍କୁ ରୋକିବା ପାଇଁ ସୋନିଆଙ୍କ ମେଗା ପ୍ଲାନ୍ : ଆଗାମୀ ସାଧାରଣ ନିର୍ବାଚନରେ ସମଭାବାପନ୍ନ ଦଳକୁ ଏକାଠି ହେବାକୁ ଦେଲେ ଆହ୍ୱାନ

19

କନକ ବ୍ୟୁରୋ : ମୋଦି ଓ ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ କଂଗ୍ରେସର ବଡ଼ ଯୋଜନା । କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ବାନ୍ଧୁଛନ୍ତି ମେଳି । ଧର୍ମ ନିରପେକ୍ଷତା, ଅସହିଷ୍ଣୁତା ବିରୋଧରେ ଲଢ଼ିବା ସହ ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମଭାବାପନ୍ନ ଦଳକୁ ନେଇ ମହାମେଂଟ କରିବା ପାଇଁ ସୋନିଆ ଆହ୍ୱାନ ଦେଇଛନ୍ତି ।

ଗୁଜରାଟ ଏବଂ ରାଜସ୍ତାନରେ ସରିଥିବା ଉପ-ନିର୍ବାଚନ ଫଳାଫଳକୁ ଉଦାହରଣ ରଖି, ସଂସଦୀୟ ଦଳ ବୈଠକରେ ସୋନିଆ କହିଛନ୍ତି- ଦେଶରେ ପରିବର୍ତନର ହାୱା ବହିବା ଆରମ୍ଭ କରିଦେଲାଣି । ଆଉ ଏହି ଉପ-ନିର୍ବାଚନ ଫଳାଫଳ ଜନତାଙ୍କ ମୁଡକୁ ଦର୍ଶାଉଛି ବୋଲି ସୋନିଆ କହିଛନ୍ତି ।

ଆଗୁଆ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଥିବା ସୋନିଆ କହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିଜର ବସ୍ ବୋଲି ସମ୍ବୋଧନ କରିଛନ୍ତି ସୋନିଆ ।