ସୋନମଙ୍କ ପାଇଁ ବାଜିବ ଶାହାନାଇ ! ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ କରିବେ ଜୀବନସାଥୀ

70

ବଲିଉଡ଼ର ମସକଲି ଗର୍ଲ ସୋନମ କପୁର ଥରେ ନୁହେଁ ଦୁଇ ଥର ବିବାହ କରିବେ । ତେଣୁ ବେଶ ଚର୍ଚ୍ଚାରେ ଏବେ ବଲିଉଡ ମିଷ୍ଟର ଇଣ୍ଡିଆଙ୍କ ଲାଡଲି । ଜୁନରେ ବାଜିବ ସୋନମଙ୍କ ଶାହାନାଇ, ହାତରେ ଲାଗିବ ମେହେନ୍ଦୀ । ତେବେ ଚର୍ଚ୍ଚା ହେଉଥିବା ଖବରରେ ଟିକେ ଟୁଇଷ୍ଟ ରହିଛି । କଣ ରହିଛି ସୋନମଙ୍କ ସାଦିର ଟୁଇଷ୍ଟ ? ସତରେ କଣ ଦୁଇ ଦୁଇ ଥର ବିବାହ କରିବେ ମସକଲି ଗର୍ଲ ?

ପରଦାରେ ବୋହୁ ରୋଲରେ ଅଭିନୟ କରିବା ପରେ ଏବେ ସତସତିକା ବୋହୁରାଣୀ ହେବେ ବଲିଉଡ ଷ୍ଟାଇଲ ଆଇକନ ସୋନମ କପୁର । ବୋହୁ ବେଶରେ ନଜର ଆସିବେ କପୁର ଲାଡଲି ସୋନମ କପୁର । ନିଜ ଲଙ୍ଗ ଟାଇମ ବୟଫ୍ରେଣ୍ଡ ତଥା ବ୍ୟବସାୟର ଆନନ୍ଦ ଆହୁଜାଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ସୋନମ୍ । ଜୁନ ମାସରେ ଯୋଧପୁରରେ ସେଲିବ୍ରେଟିଙ୍କ ୱେଡିଙ୍ଗ ପାଇଁ ଖାସ ପ୍ରସ୍ତୁତି ଓ ଆୟୋଜନ କରାଯାଉଥିବା ଜଣାପଡିଛି । ସୋନମଙ୍କ ପାଇଁ ସନ୍ଦିପ ଖୋସଲା ଓ ଅବୁଜାନୀ କଷ୍ଟ୍ୟୁମ ଡିଜାଇନ କରିବେ । ଉମେଦ ଭବନ ପ୍ୟାଲେସରେ କିଛି ଖାସ ବନ୍ଧୁ ଓ ପରିଜନଙ୍କ ଗହଣରେ ବିବାହ ଶେଷ ହେବା ପରେ ମୁମ୍ବାଇ ରଖାଯାଇଛି ଗ୍ରାଣ୍ଡ ୱେଡିଙ୍ଗ ପାର୍ଟି ।

୪ବର୍ଷ ପୂର୍ବରୁ ସୋନମ ଓ ଆନନ୍ଦାଙ୍କ ଦେଖାହୁଏ । ବନ୍ଧୁତା ପରେ ପରସ୍ପର ପ୍ରେମରେ ପଡନ୍ତି ପ୍ରେମପକ୍ଷୀ । କିଛି ଦିନ ଧରି ସର୍ମ୍ପକକୁ କ୍ୟାମେରା ଆଢୁଆରେ ଦୂରେଇ ରଖିବା ପରେ ହଲିଡେ ଟ୍ରିପର ଏମାନଙ୍କ ପ୍ରଥମ ଫଟୋ ସୋସିଆଲ ମିଡିଆରେ ଜାରି ହୁଏ । ପ୍ରେମପକ୍ଷୀଙ୍କ ପ୍ରଥମ ଫଟୋରୁ ଜୋର ହୁଏ ଏମାନଙ୍କ ରୋମାନ୍ସର ଚର୍ଚ୍ଚା । ପରେ ବିଭିନ୍ନ କାର୍ଯ୍ୟକ୍ରମ, ସେଲିବ୍ରେସନ ଓ ଇଭେଟଂରେ ସୋନମ ଓ ଆନନ୍ଦଙ୍କ ଫଟୋ ପ୍ରମାଣ କରିଥିଲା ସୋନମଙ୍କୁ ମିଳିଯାଇଛି ତାଙ୍କ ସାୱରିଆଁ ।

ତେବେ ସୋନମଙ୍କ ୨ୟ ବାହାଘର ମଧ୍ୟରେ ସେତିକି ରୋଚକ ହେବାକୁ ଯାଉଛି । ଯାହାକି ତାଙ୍କ ଯୋଧପୁର ବାହାଘରଠୁ ଅଧିକ ଏଟଂରଟେନିଙ୍ଗ ହେବା ସହ ଏହାକୁ ଦେଖିପାରିବେ ତାଙ୍କ ଫ୍ୟାନ । କାରଣ ଏହା ହେବାକୁ ଯାଉଛି ତାଙ୍କର ରିଲ ୱେଡିଙ୍ଗ । ଜୁନରେ ରିଲିଜ ହେବ ସୋନମଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ବୀର ଦି ୱେଡିଙ୍ଗ’ । ଯେଉଁଁଥିରେ ମସକଲିଙ୍କ ଗର୍ଲଙ୍କର ପଂଜାବୀ ୱେଡିଙ୍ଗ ରହିଛି । ତେଣୁ ଉଭୟ ସୋନମଙ୍କ ଉଭୟ ରିଲ ଓ ରିୟଲ ମ୍ୟାରେଜକୁ ନେଇ ଏବେ ବଲିଉଡ ବଜାରରେ ଚର୍ଚ୍ଚା ଜୋର ଧରିଛି । ସାୱରିଆଁ ଆନନ୍ଦଙ୍କ ମନ ଚୋରି କରି ଉଠିବ ଡଲି କି ଡୋଲି । ଜୁନରେ ଯୋଧପୁରରେ ହେବ ବିବାହ । ୪ବର୍ଷ ଧରି ପ୍ରେମ ମୌସମର ମଜା ନେବା ପରେ ସୋନମ କହିବେ ପ୍ରେମ ରତନ ଧନ ପାୟୋ ।