ବଲିଉଡ ଷ୍ଟାଇଲ କୁଇନ୍ ସୋନମ କପୁର ଏବେ ତାଙ୍କ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ

65

ବଲିଉଡ ଅଭିନେତ୍ରୀ ସୋନମ କପୁର ନିଜର ନିଆରା ଷ୍ଟାଇଲ ଷ୍ଟେଟମେଂଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ଏବେ ଏକ ଭିନ୍ନ କାରଣ ପାଇଁ ସେ ଚର୍ଚ୍ଚାରେ । ଆପଣଙ୍କୁ ଆମେ ତାଙ୍କ ଭାଇ ହର୍ଷବର୍ଦ୍ଧନଙ୍କ ବଲିଉଡ ଡେବ୍ୟୁଟ୍ କଥା କହୁନୁ । ସୋନମ କପୁରଙ୍କୁ ଏବେ ବିଭିନ୍ନ ଉତ୍ସବ ଅବସରରେ ଦେଖିବାକୁ ମିଳିଛି ତାଙ୍କ ଗୁଜବ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହିତ । ଏପଟେ G ସମ୍ପର୍କକୁ ତାଙ୍କ ମାଙ୍କ ଆଗରେ ସୋନମ ଲୁଚାଇ ରଖିଥିବା ଘଟଣା ଆଗକୁ ଆସିଛି ।

କିନ୍ତୁ ସୋନମ କପୁରଙ୍କ ଭଉଣୀ ରେହା ଶେୟାର କରିଥିବା ଏଇ ଫଟୋଟି କିଛି ଅଲଗା କାହାଣୀ କହୁଛି । ଯେଉଁଠି ସୋନମ ଅତି ଆଦର ସହ ଆନନ୍ଦଙ୍କ ହାତକୁ ଧରିଥିବା ଫଟୋଟି ବୟାନ କରୁଛି । କିଛି ଦିନ ପୂର୍ବରୁ ଟ୍ୱିଟରରେ ସୋନମ ଓ ଆନନ୍ଦଙ୍କ ପ୍ରେମପୂର୍ଣ୍ଣ ବାର୍ତାର ଆଦାନପ୍ରଦାନରୁ ଜଣାପଡିଥିଲା ସେମାନେ ରିଲେସନସିପରେ ଅଛନ୍ତି ।

ଏପରିକି ଯେତେବେଳେ ଅକ୍ଷୟ କୁମାର “ରୁସ୍ତମ’ର ସଫଳତା ପାଇଁ ଏକ ପାର୍ଟି ରଖିଥିଲେ ସେତେବେଳେ ଏଇ କପୁଲଙ୍କୁ ସେଠାରେ ଏକାଠି ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହଁ “ମିର୍ଜ୍ୟା’ର ଲଣ୍ଡନ ପ୍ରିମିୟର ସମୟରେ ସୋନମ ତାଙ୍କ ଭାଇ ଓ ବାପା ଅନିଲ କପୁରଙ୍କ ସହ ଲଣ୍ଡନ ଯାଇଥିଲେ ଏବଂ ସେତେବେଳେ ସେ ଆନନ୍ଦଙ୍କ ଲଂଡନ ଆପାଟମେଂଟରେ ରହିଥିବା ଘଟଣା ଆଗକୁ ଆସିଛି ।