ପ୍ରେମରେ ପଡିଛନ୍ତି ସାୱରିଆ ଗର୍ଲ : ବି ଟାଉନରେ ଚର୍ଚ୍ଚା

61

sonam kapoorଲୁଚି ଲୁଚି ପ୍ରେମ କରିହୁଏ କିନ୍ତୁ ପ୍ରେମକୁ ଲୁଚେଇ ହୁଏନା । ଆଉ ଏଭଳି କିଛି ଘଟିଛି ସାୱରିଆ ଗର୍ଲ ସୋନମ୍ କପୁରଙ୍କ ଲାଇଫରେ । ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ସହ ରିୟଲ ଲାଇଫରେ ରୋମାନ୍ସ କରୁଛନ୍ତି ଅନୀଲ ଲଳନା । ତେବେ ପ୍ରାୟ ୨ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ହୋଇଥିବା କହିଛନ୍ତି ସୋନମଙ୍କ ଜଣେ ନିକଟତମ ବନ୍ଧୁ ।

ସୋନମ କପୁରଙ୍କ ଫ୍ୟାଶନ ପ୍ରତିଥିବା ରୁଚି ହିଁ ଏମାନଙ୍କୁ ଏକାଠି କରିଥିଲା । ପୂର୍ବରୁ ଏକ ସାକ୍ଷାତକାରରେ ଆନନ୍ଦ ଆହୁଜାଙ୍କ ଫ୍ୟାଶନ୍ ପ୍ରଡ଼କ୍ଟ ଭାନେ କଂପାନୀକୁ ପ୍ରଶଂସା କରିବା ସହ ନିଜର ପ୍ରିୟ ବ୍ରାଣ୍ଡ୍ ବୋଲି କହିଥିଲେ ସାୱରିଆ ଗର୍ଲ । ଏକ ଫଟୋ ସେସନରେ ମଧ୍ୟ ଭାନେ ପ୍ରଡ଼କ୍ଟର କଷ୍ଟ୍ୟୁମ ପିନ୍ଧି ନଜରକୁ ଆସିଥିଲେ ଅଭିନେତ୍ରୀ ।

ଆନନ୍ଦ ନିଜର ଗ୍ରାଜୁଏସନ୍ ହ୍ୱାର୍ଟନ ବିଜିନେସ୍ ସ୍କୁଲରୁ ଶେଷ କରିବା ପରେ ଆମେରିକାନ୍ ସ୍କୁଲରୁ ନିଜର ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ତେବେ ସୋନମ ଏ ନେଇ କିଛି ମୁହଁ ଖୋଲିନଥିବା ବେଳେ ତାଙ୍କ ଫ୍ୟାନ୍ ମାନେ ଅପେକ୍ଷା କରିଛନ୍ତି କେବେ ଉଠିବ ଡ଼ଲିଙ୍କ ଡ଼ୋଲି ।