କ୍ୟାନସର ସହ ସଂଘର୍ଷ ଜାରି ରଖିଛନ୍ତି ବଲିଉଡ ସୁନ୍ଦରୀ ସୋନାଲି : ଚିକିତ୍ସା ପାଇଁ ବଦଳାଇଲେ ଲୁକ୍, ସର୍ଟ ହେୟାର ଷ୍ଟାଇଲର ଭିଡିଓ କଲେ ସେୟାର

57

କିଛି ଦିନର ବ୍ୟବଧାନ ପରେ ନିଜର ଏକ ଇମୋସନାଲ ଭିଡିଓକୁ ସେୟାର କରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ନିଜ ଚୁଟି କାଟୁଥିବା ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୋନାଲି । ଏହି ଭିଡିଓରେ ନିଜ ଛୋଟ ଚୁଟିକୁ ଦେଖି ଖୁସି ନଜର ଆସୁଥିବା ବେଳେ ଏହି କଟିଂ ତାଙ୍କୁ ଗ୍ଲାମରସ ଲୁକ୍ ଦେଉଥିଲା । ସେପଟେ କ୍ୟାନସର ସହ ସେ କିଭଳି ଦୃଢ଼ତାର ସହ ଲଢ଼େଇ କରୁଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ସୋନାଲିଙ୍କ ସ୍ୱାମୀ ଗୋଲଡୀ ବହଲଙ୍କୁ ମଧ୍ୟ ନଜର ଆସିଛନ୍ତି । ଏହାସହ ଇଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ସୋନାଲୀ । ସେ ଲେଖିଛନ୍ତି, ଆମେ କେତେ ସାହସୀ ସେତେ ପର୍ଯ୍ୟନ୍ତ ଅନୁଭବ କରିନଥାଉ ଯେତେ ପର୍ଯ୍ୟନ୍ତ ଆମ ଭିତରେ ଥିବା ଶକ୍ତିକୁ ବାହାର କରିବା ପାଇଁ ବାଧ୍ୟ ହୋଇନଥାଉ ।

 

ଦୁର୍ଘଟଣା ହେଉ କି ଯୁଦ୍ଧ ସମୟରେ ଆବଶ୍ୟକତା ପଡ଼ିଲେ ଲୋକେ ଚକିତ କଲାଭଳି କାର୍ଯ୍ୟ କରିଥାନ୍ତି । ମଣିଷ ନିଜକୁ ବଂଚାଇ ରଖିବା ପାଇଁ କ୍ଷମତା ବଡ ଅଦ୍ଭୁତ । ତେବେ କ୍ୟାନସର ପୀଡିତଙ୍କ ସଂଘର୍ଷର କାହାଣୀ ତାଙ୍କୁ ସଂଘର୍ଷ କରିବା ପାଇଁ ଶକ୍ତି ଯୋଗାଇଛି ବୋଲି ଅଭିନେତ୍ରୀ ସୋନାଲୀ କହିଛନ୍ତି । ଏବେ ସୋନାଲି କ୍ୟାନସର ଚିକିତ୍ସା ପାଇଁ ନ୍ୟୁୟର୍କରେ ଅଛନ୍ତି । ନିଜ ଚିକିତ୍ସା ପ୍ରକିୟା ପାଇଁ ସୋନାଲୀଙ୍କୁ ଚୁଟି କାଟିବାକୁ ପଡ଼ିଛି । କିଛି ଦିନ ପୂର୍ବରୁ ହାଇଗ୍ରେଡ କ୍ୟାନସରରେ ପୀଡିତ ଅଛନ୍ତି ବୋଲି ପୋଷ୍ଟ କରିଥିଲେ । ଏନେଇ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଓ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଥିଲା ।