ମାୟାନଗରୀରେ ସେଲିବ୍ରେଟିଙ୍କ ଜିରୋ ନାଇଟ୍ ସେଲିବ୍ରେସନ: ଭାବୁକ ହେଲେ ସୋନାଲି ବେନ୍ଦ୍ରେ, କହିଲେ ନୂଆ ବର୍ଷ ତାଙ୍କୁ ନୂଆ ଦିଶା ଦେବ

ବିଦ୍ୟା ବାଲାନ୍ ଓ ସଂଜୟ କାପୁର ବି ପାଳିଲେ ନ୍ୟୁ ଇୟର

93

କନକ ବ୍ୟୁରୋ: ଜିରୋ ନାଇଟ ସେଲିବ୍ରିସେନକୁ ସେଲିବ୍ରିଟି ବି ପାଳନ କରିଛନ୍ତି । କ୍ୟାନସରରୁ ବିଦେଶରୁ ଚିକିତ୍ସିତ ହୋଇ ଆସିଥିବା ସୋନାଲୀଙ୍କ ପାଇଁ ୨୦୧୮ ବହୁତ କଠିନ ଥିଲା । ସୋନାଲି କ୍ୟାନସର ସହ ବଡ ଲଢେଇ କରିଥିଲେ ଓ ଏଥିରେ ସେ ବିଜୟ ମଧ୍ୟ ପାଇଥିଲେ । ଏହି ସମୟରେ ତାଙ୍କୁ ଫ୍ୟାନସଙ୍କ ସମର୍ଥନ ବି ମିଳିଥିଲା । ଗତ ବର୍ଷକୁ ନେଇ ସେ ଏକ ଭାବୁକ ପୋଷ୍ଟ ବି ଇନଷ୍ଟଗ୍ରାମରେ ସେୟାର କରିଛନ୍ତି ।

ନୂଆବର୍ଷ ତାଙ୍କୁ ନୂଆ ଦିଶା ଦେବ ବୋଲି ସୋନାଲି ଆଶା ପ୍ରକାଶ କରିଛନ୍ତି । ମୁଁ ଶରୀରର ମହତ୍ୱକୁ ବୁଝିଛି । ତେଣୁ ମୁଁ ୨୦୧୯ ହାପି ଓ ହେଲଦି ହେଉ ଏହା ହିଁ କାମନା କରିଛି । ବହୁଦିନ କ୍ୟାନସର ଚିକିତ୍ସା ପାଇଁ ବିଦେଶରେ ରହିବା ପରେ ସେ ମୁମ୍ବାଇ ଫେରିଛନ୍ତି । ଏହି ସମୟରେ ସେ ଫ୍ୟାନସଙ୍କ ସହ ନିଜ ଇମୋସନକୁ ସେୟାର କରିଥିଲେ ଓ ଫାନସଙ୍କ ପକ୍ଷରୁ ତାଙ୍କୁ ଭଲ ସପୋର୍ଟ ବି ମିଳିଛି । ଗତକାଲି ରାତିରେ ସେ ନିଜର କିଛି ସହଯୋଗୀଙ୍କ ସହ ସେଲିବ୍ରିସନ ପାଳନ କରିଛନ୍ତି ।

ସେପଟେ ଫିଲ୍ମଷ୍ଟାର ସଞ୍ଜୟ କପୁର ବି ଜିରୋ ନାଇଟ ସେଲିବ୍ରିସେନ କରିଛନ୍ତି । ମୁମ୍ବାଇ ସ୍ଥିତ ଘରେ ସେ ନୂଆବର୍ଷ ପାଳନ କରିଥିଲେ । ଏଥିରେ ବଲିଉଡର ତମାମ ହସ୍ତୀ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ କରନ ଜୋହର । ଅନ୍ୟ ସେଲିବ୍ରିଟ ବି ଏହି ପାର୍ଟିରେ ସାମିଲ ହୋଇଥିଲେ । ସଞ୍ଜୟ କପୁର ହେଉଛନ୍ତି ଅନୀଲ କପୁରଙ୍କ ଭାଇ । ନବେ ଦଶକରେ ସେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ରାଜା, ସିର୍ପ ତୁମ୍ ଭଳି ହିଟ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି ।

ସେହିଭଳି ଅଭିନେତ୍ରୀ ବିଦ୍ୟାବାଲାନ ନୂଆ ବର୍ଷରେ ପାଳିଛନ୍ତି ଜନ୍ମଦିନ । ବିଦ୍ୟାଙ୍କ ୪୦ ବର୍ଷରେ ପଦାର୍ପଣ କରିଛନ୍ତି । ଏଥିରେ ତାଙ୍କ ସ୍ୱାମୀ ଓ ତାଙ୍କର ତମାମ ସହଯୋଗୀ ସାମିଲ ହୋଇଥିଲେ । ମୁମ୍ବାଇରେ ହୋଇଥିଲା ଏହି ସେଲିବ୍ରେସନ । ବିଦ୍ୟାବାଲାନ ଏବେ ବି ଅନେକ ଫ୍ୟାନ ରହିଛନ୍ତି । ପରିଣିତି, ଦି ଡାର୍ଟି ପିକଚର, କାହାନୀ, ଇସ୍କିଆ ଓ ପା ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।