ମୁମ୍ବାଇ ଫେରିଲେ ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ : କ୍ୟାନସରର ଚିକିତ୍ସା ପାଇଁ ଯାଇଥିଲେ ଆମେରିକା

ସ୍ୱାମୀ ଗୋଲ୍ଡି ବେହେଲ କହିଲେ ଭଲ ଅଛନ୍ତି ସୋନାଲୀ, ଧିରେ ଧିରେ ହେଉଛନ୍ତି ସୁସ୍ଥ ।

598

ଆମେରିକାର ନ୍ୟୁୟର୍କ ସହରରେ କ୍ୟାନସର ଚିକିତ୍ସା ପରେ ମୁମ୍ବାଇ ଫେରିଛନ୍ତି ସୋନାଲି ବେନ୍ଦ୍ରେ । ଗତକାଲି ରାତି ପ୍ରାୟ ୨.୪୫ରେ ସୋନାଲି ମୁମ୍ବାଇରେ ପଂହଚିଥିଲେ । ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରକୁ ବାହାରିବାବେଳେ ତାଙ୍କ ମୁହଁ ହସ ହସ ଦେଖାଯାଉଥିଲା ଓ ସେ ଖୁସି ନଜର ଆସୁଥିଲେ । କ୍ୟାନସରର ଚିକିତ୍ସା ପାଇଁ ସୋନାଲି ଆମେରିକା ଯାଇଥିଲେ । ଗତ ୪ ଜୁଲାଇରେ ଏ ନେଇ ସେ ନିଜ ଫ୍ୟାନକୁ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ । ପରେ ସେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନଙ୍କୁ ନିଜ ଚିକିତ୍ସା ବିଷୟରେ ଅପଡେଟ୍ ଦେଉଥିଲେ ।

ତେବେ ମୁମ୍ବାଇ ଏୟାରପୋର୍ଟରେ ପହଂଚିବା ପରେ ସୋନାଲି ମିଡିଆ ସହିତ କିଛି କଥା ନହୋଇ କେବଳ ଥ୍ୟାଙ୍କ ୟୁ କହିଥିଲେ ଓ ସିଧା ନିଜ କାରରେ ଯାଇ ବସ ିପଡିଥିଲେ । ନିଜ ସ୍ୱାମୀ ଗୋଲଡି ବେହେଲ ସହ ସେ ମୁମ୍ବାଇ ଫେରିଛନ୍ତି । ଗୋଲଡି ବେହେଲ କହିଛନ୍ତି, ୬ ମାସର ଚିକିତ୍ସା ପରେ ସୋନାଲି ଭଲ ଅଛନ୍ତି ଓ ଧିରେ ଧିରେ ସୁସ୍ଥ ହେଉଛନ୍ତି । ରବିବାର ଦିନ ସୋନାଲି ବେନ୍ଦ୍ରେ ଟ୍ୱିଟ କରି ଭାରତ ଫେରୁଥିବା କଥା କହିଥିଲେ ।