ରିଆଲିଟି ସୋ ପ୍ରତିଯୋଗୀଙ୍କ ପାଇଁ ଭାବପ୍ରବଣ ସନ୍ଦେଶ ଦେଲେ ସୋନାଲି ବେନ୍ଦ୍ରେ ! କହିଲେ, ହାର୍ ଜିତକୁ ଭ୍ରୁକ୍ଷେପ ନକରି ଅଭିଜ୍ଞତା ହାସଲ କର,ଆଗାମୀ ଦିନରେ କାମରେ ଆସିବ ।
ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛି ଦିନ ହେଲା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏବଂ ଚର୍ଚ୍ଚାର ବିଷୟ ହେଉଛି ତାଙ୍କ ଠାରେ ଦେଖାଦେଇଥିବା କ୍ୟାନସର ରୋଗ । ବର୍ତ୍ତମାନ ସେ ବିଦେଶରେ ଏହି ରୋଗର ଚିକିତ୍ସା କରୁଛନ୍ତି । ଚିକିତ୍ସା କରିବା ସହ ସେ ପ୍ରତିଦିନର ଖବର ମଧ୍ୟ ନିଜ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆପରେ ପୋଷ୍ଟ କରିଥାନ୍ତି । ତେବେ ନିକଟରେ ତାଙ୍କର ଆଉ ଏକ ଭାବପ୍ରବଣ ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓ ପୋଷ୍ଟ କରି ରିଏଲିଟି ସୋ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ଫାଇନାଲିଷ୍ଟଙ୍କ ପାଇଁ ସେ ଏହି ଭିଡିଓ ସନ୍ଦେଶ ଦେଇଛନ୍ତି । ସେ ସମସ୍ତ ଫାଇନାଲ ରାଉଣ୍ଡ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଏଠାରେ କିଏ ଜିତିବ, କିଏ ହାରିବ ଏହା ନିଶ୍ଚିତ । ହେଲେ ସମସ୍ତଙ୍କର ସ୍ୱତନ୍ତ୍ରତା ରହିଛି ଓ ସମସ୍ତେ ସମସ୍ତଙ୍କ ଠାରୁ ଅଲଗା ।
Kanak News is now on WhatsApp
Join and get latest news updates delivered to you via WhatsApp
‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ପ୍ରତିଯୋଗିତାରେ ଭାଗ ନେଇ ଯେଉଁ ଅଭିଜ୍ଞତା ଆସିଛି ତାହା ଆଗାମୀ ଦିନରେ କାମରେ ଆସିବ ବୋଲି କହିଛନ୍ତି ସୋନାଲି । ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ର ଫିନାଲେ ଆସନ୍ତା ରବିବାର ହେବ । ହେଲେ ଚିକିତ୍ସିତ ହେଉଥିବା ସୋନାଲି ଫିନାଲେ ସୋ’ରେ ସାମିଲ ହେଉନଥିଲେ ବି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି । ଭିଡିଓ ସନ୍ଦେଶରେ ଫାଇନାଲିଷ୍ଟଙ୍କୁ ଉତ୍ସାହିତ କରିଥିବାରୁ ସମସ୍ତେ ସୋନାଲିଙ୍କୁ ପ୍ରଶଂସା କରିଛନ୍ତି ।
ପୂର୍ବରୁ ଏହି ରିଏଲିଟି ସୋରେ ବିଚାରପତି ଭାବେ ବିବେକ ଓବରାଏ, ଓମଙ୍ଗ କୁମାରଙ୍କ ସହ ସୋନାଲି ଜଜ୍ ରହୁଥିଲେ । ହେଲେ କ୍ୟାନସର ପୀଡିତ ହେବା ପରେ ସୋନାଲି ବେନ୍ଦ୍ରେ ସୋ’ରୁ ଦୂରେଇ ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ଅଭିନେତ୍ରୀ ହୁମା କ୍ୟୁରେସୀ ଜଜ୍ ହୋଇଥିଲେ ।