‘ହାପି ଫିର ଭାଗ ଯାଏଗି’ ଟିଜର ହେଲା ରିଲିଜ : ଡାଏନାଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

46

ଫିଲ୍ମ ‘କକଟେଲ’ଜରିଆରେ ବଲିଉଡରେ ପାଦ ଥାପିଥିବା ଡାଏନା ପେଣ୍ଟି ଏବେ ଦୁଇଟି ସିନେମାରେ ନୂଆ ରୂପରେ ଆସୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ହାପି ଫିର ଭାଗ ଯାଏଗି’ର ସିକ୍ୱେଲ। ଏଥିରେ ତାଙ୍କ ସହ ସୋନାକ୍ଷୀ ବି ଦେଖିବାକୁ ମିଳିବେ । ‘ହାପି ଭାଗ ଯାଏଗି’ରେ ନିଜର ବାହାଘରରୁ ରକ୍ଷା ପାଇବାଲାଗି ପଳାୟନ କରୁଥିବା ଯୁବତୀ ଭୂମିକାରେ ନଜର ଆସିଥିଲେ ଡାଏନା ପେଣ୍ଟି । ମୁଦ୍ଦସର ଅଜିଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କ ସହ ଅଭୟ ଦେଓଲ ଓ ଜିମ୍ମି ଶେରଗିଲ ଲିଡ ରୋଲରେ ଅଛନ୍ତି। ଅଗଷ୍ଟ ୨୪ ଏହା ରିଲିଜ ହେବାକୁ ଯାଉଛି ।

୧୯୯୮ ମସିହାରେ ଭାରତରେ କରାଯାଇଥିବା ପୋଖରନ ପରୀକ୍ଷଣ ପ୍ରସଙ୍ଗ ଉପରେ ଆଧାରିତ କାହାଣୀ ଉପରେ ଆଧାରିତ ସିନେମା ‘ପରମାଣୁ’ରେ ବି ଡାଏନା ପେଣ୍ଟିଙ୍କୁ ଦେଖିବାକୁ ମିଳିବ । ଏଥିରେ ନାୟକ ଜନ ଆବ୍ରାହମଙ୍କୁ ଜଣେ ସେନା ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ସିନେ ପ୍ରେମୀ । ଏଥିରେ ଜନଙ୍କ ବିପକ୍ଷରେ ଅଛନ୍ତି ଡାଏନା ପେଣ୍ଟି, ସେ ବି ଜଣେ ସୈନ୍ୟ ଅଧିକାରୀଙ୍କ ଚରିତ୍ର ରେ ନଜର ଆସିଛନ୍ତି । ଅଭିଷେକ ଶର୍ମା ‘ପରମାଣୁ’ର ନିର୍ଦ୍ଦେଶନା ଦେଇଛନ୍ତି ।