ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଁଚିଲା ୟୁପି ପୋଲିସ୍ । ୨୪ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ହୋଇଛି ଅଭିଯୋଗ ।

707

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୪ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି ଆୟୋଜକ । ଥାନାରେ ଏତଲା ପରେ ସୋନାକ୍ଷୀଙ୍କ ମୁମ୍ବାଇସ୍ଥିତ ଘରେ ଛାପା ମାରିଛି ମୁରାଦାବାଦର ପୋଲିସ୍ । ତେବେ ସୋନାକ୍ଷୀ ନଥିବାରୁ ଫେରିଯାଇଛନ୍ତି । ଏବଂ ପୁଣି ଥରେ ଆସିବେ ବୋଲି ସୂଚନା ଦେଇଛନ୍ତି ମୁରାଦାବାଦ ଏସଏସପି । ତେବେ ଅଭିଯୋଗକୁ ଟୁଇଟ୍ କରି ଖଣ୍ଡନ କରିଛନ୍ତି ସୋନାକ୍ଷୀ ।

ସୋନାକ୍ଷୀଙ୍କ ଘରେ ପହଁଚିଲା ପୁଲିସ୍ । ଠକିଥିବା ଅଭିଯୋଗରେ ଛାନଭିନ୍ । ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଁଚିଲା ୟୁପି ପୁଲିସ୍ । ସୋନାକ୍ଷୀଙ୍କ ନାଁରେ ଥିବା ଠକେଇ ଅଭିଯୋଗର ତଦନ୍ତ କରିବାକୁ ମୁରାଦାବାଦ ପୋଲିସର ଏକ ୩ଜଣିଆ ଟିମ୍ ମୁମ୍ବାଇରେ ସୋନାକ୍ଷୀଙ୍କ ବାସଭବନରେ ପହଁଚିଥିଲା । ତେବେ ସୋନାକ୍ଷୀଙ୍କୁ ନପାଇ ଫେରିଯାଇଥିଲା ପୋଲିସ୍ । ମୁରାଦାବାଦର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ସୋନାକ୍ଷୀ ଓ ତାଙ୍କ ସହଯୋଗୀ ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ଟଙ୍କା ନେଇଥିଲେ ମଧ୍ୟ କାର୍ଯ୍ୟକ୍ରମକୁ ଆସିନଥିଲେ ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଏହାକୁ ନେଇ କାର୍ଯ୍ୟକ୍ରମ ଆୟୋଜନକାରୀଙ୍କ ପକ୍ଷରୁ ସୋନାକ୍ଷୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ।

ଅନ୍ୟପଟେ ଟୁଇଟ୍ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଟୁଇଟରରେ ସୋନାକ୍ଷୀ ଲେଖିଛନ୍ତି ତାଙ୍କ ନିର୍ମଳ ଛବିକୁ ଖରାପ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି । ତେବେ ସେ ତଦନ୍ତ ପାଇଁ ପୋଲିସ୍ ଅଧିକାରୀଙ୍କୁ ପୁରା ସହଯୋଗ କରିବେ ବୋଲି କହିଛନ୍ତି । ଏବଂ ଏଭଳି ଖବର ନଛାପିବାକୁ ଗଣମାଧ୍ୟମକୁ ଅପିଲ କରିଛନ୍ତି । ଅନ୍ୟପଟେ ସୋନାକ୍ଷୀଙ୍କୁ ଭେଟିବାକୁ ପୁୁଣି ପୋଲିସ୍ ଯିବ ବୋଲି କହିଛନ୍ତି ମୁରାଦାବାଦ ଏସଏସପି । ହାଇଦ୍ରାବାଦରେ ଫିଲ୍ମ ଖାନଦାନୀ ସଫାଖାନା ସୁଟିଂରେ ବ୍ୟସ୍ତ ଅଛନ୍ତି ସୋନୀକ୍ଷୀ । ସେହିପରି ଦବଙ୍ଗ-୩ର ସୁଟିଂରେ ମଧ୍ୟ ସୋନାକ୍ଷୀ ବ୍ୟସ୍ତ ଅଛନ୍ତି । ଏହି ହାଇଭୋଲଟେଜ୍ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ସୋନାକ୍ଷୀଙ୍କ ପାଇଁ ଏହି ଠକେଇ ଅଭିଯୋଗ ଅଡୁଆରେ ପକାଇଛି ।