‘ମି-ଠୁ’ ଅଭିଯାନ ନେଇ ବଲିଉଡରେ ଝଡ! ଗାୟକ କୈଳାସ ଖେରଙ୍କ ପରେ ଅନୁ ମଲ୍ଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ସୋନା ମହାପାତ୍ର

39

କନକ ବ୍ୟୁରୋ : ପ୍ରଥମେ ଗାୟକ କୈଳାଶ ଖେର, ପରେ ଗୀତିକାର ଅନୁ ମଲ୍ଲିକ । ଓଡିଆ ସିଙ୍ଗର ସୋନା ମହାପାତ୍ର ଆଣିଛନ୍ତି ଅସଦାଚରଣର ଅଭିଯୋଗ । ଟ୍ୱିଟ୍ କରି ସୋନା ଅଭିଯୋଗ କରିଛନ୍ତି, ଏକ କନସର୍ଟ ବେଳେ, ଗାୟକ କୈଳାଶ ଖେର ତାଙ୍କ ସହ ଅସଦାଚରଣ କରିଥିଲେ । ଏପରିକି କୈଳାସ ତାଙ୍କୁ ରୁମକୁ ଡାକିଥିବା –ମି ଟୁ କ୍ୟାମ୍ପେନ ଜରିଆରେ ଅଭିଯୋଗ ଆଣିଛନ୍ତି ସୋନା । ସେପଟେ ଆଉ ଏକ ଘଟଣାକ୍ରମରେ ଦୁଇଜଣ ବରିଷ୍ଠ ସାମ୍ବାଦିକା ମଧ୍ୟ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ।

‘ମି ଟୁ’ କ୍ୟାମ୍ପେନକୁ ନେଇ ବଲିଉଡରେ ଯେଉଁ ଝଡ ଉଠିଛି ତାହା ଜଣ ପରେ ଜଣେ କଳାକାରଙ୍କୁ କାଠଗଡାରେ ଛିଡା କରୁଛି । ତନୁଶ୍ରୀ ଦତ୍ତା, କଙ୍ଗନା ରଣାୱତ ଓ ମୃଦୁଳା ସିହ୍ନାଙ୍କ ପରି ପ୍ରତିଷ୍ଠିତ ଅଭିନେତ୍ରୀଙ୍କ ପରେ ଏବେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଆଗଧାଡିର ଗାୟିକା । ଓଡିଆ ସିଙ୍ଗର ସୋନା ମହାପାତ୍ର ଆଣିଛନ୍ତି ଗାୟକ କୌଳାସ ଖୈରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ଏକାଧିକ ଟ୍ୱିଟ କରି ସେନା ଲେଖିଛନ୍ତି…


‘ମୁଁ ଏକ କନସର୍ଟ ବାବଦରେ କୈଳାସ ଖେରଙ୍କୁ କଫିରେ ଭେଟିଥିଲି । ଆମ ଦୁହିଁଙ୍କ ବ୍ୟାଣ୍ଡ ଗୋଟିଏ କନସର୍ଟରେ ପର୍ଫର୍ମ କରିବାର ଥିଲା ତେଣୁ ମୁଁ ତାଙ୍କୁ ପୃଥ୍ୱୀ କାଫେରେ ଭେଟିଥିଲି । ମୋ ଜଙ୍ଘ ଉପରେ ହାତରଖି ତମେ ବହୁତ ସୁନ୍ଦର ବୋଲି କହିଲେ । ଯାହାହେଉ ତୁମକୁ ଜଣେ ସଂଗୀତକାର ପାଇଲେ, ଅଭିନେତା ନୁହେଁ ବୋଲି କହିଲେ । ଅନ୍ୟ ଏକ ଟ୍ୱିଟ୍ କରି ସୋନ କହିଛନ୍ତି, ‘କନସର୍ଟ ପାଇଁ ଢାକା ଗଲାବେଳେ ମୋତେ କୈଳାସ ଫୋନ୍ କରିଚାଲିଥିଲେ । ମୁଁ ଫୋନ୍ ଉଠାଇନଥିଲି । ପରେ ଆୟୋଜକଙ୍କ ଜରିଆରେ ମୋତେ ଫୋନ୍ କରି କହିଲେ ରିହାର୍ସଲ ଛାଡି ମୋ ରୁମରେ ମୋତେ ଦେଖାକର ।’ ଏହାସହ ସୋନା ମହାପାତ୍ର ଲେଖିଛନ୍ତି, ‘କେତେ ମହିଳାଙ୍କୁ ତମେ କ୍ଷମା ମାଗିବ କୈଳାସ ଖେର? ବର୍ତ୍ତମାନଠୁ ଆରମ୍ଭ କର । ତମକୁ ସାରା ଜୀବନ ଲାଗିଯିବ ।’

ଏକ କନସର୍ଟ ବାବଦରେ ଆଲୋଚନା ବେଳେ ସୋନାଙ୍କୁ ଅସଦାଚରଣ କରିଥିଲେ ଗାୟକ କୈଳାସ ଖେର । ସେହିପରି ଢାକା ଗଲାବେଳେ ତାଙ୍କୁ ରୁମକୁ ଡାକୁଥିଲେ । ସେସିଆଲ ମିଡିଆରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗାୟିକା ସୋନା ମହାପାତ୍ର । ଏପରିକି ଜଣେ ସାମ୍ବାଦିକଙ୍କୁ କୈଳାସ କ୍ଷମା ମାଗିଥିବାନେଇ ଖବର ଉପରେ ବି ଟ୍ୱିଟ କରି ଆହୁରି କଡାକଥା ଲେଖିଛନ୍ତି ସୋନା । କେତେ ଜଣଙ୍କୁ ଏମିତି କ୍ଷମା ମାଗିବ ବୋଲି କଟାକ୍ଷ କରିଛନ୍ତି ସୋନା ମହାପାତ୍ର ।

 

View this post on Instagram

 

To all the young girls & women who are coming out with their experiences with this creep, journalists, ‘fans’ & even kids from college, know that you are not alone. This guy, #KailashKher is a serial predator & has been for years as are many others like Anu Malik in the industry. I cannot be tweeting about everyone cus I work 18 hour work days & have a life to live & breathe in. Also I cannot comment on many others basis heresay. That would be unfair. (Many journalists have been asking me for stories thinking that I’m most likely to ‘spill the beans’. I’m not) It is important that we stick to facts & our personal experiences to make this a serious & credible movement to help clean a system & lopsided power structure. It is just a start but an important one. #TimesUp #India #Change

A post shared by SONA (@sonamohapatra) on

କେବଳ କୈଳାସ ଖେର୍ ନୁହଁନ୍ତି ୨୦୦୬ ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ତାଙ୍କ ପାଇଁ ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ । ସୋନା ମହାପାତ୍ର ଗୋଟେ ବଢିଆ ମାଲ ବୋଲି କହିଥିଲେ ଅନୁ । ରାମ ସମ୍ପତଙ୍କ ସହ ମୁମ୍ବାଇର ଏକ ହୋଟେଲକୁ ଖାଇବାକୁ ଯିବା ସମୟରେ ଏହି ଘଟଣା ଘଟିଥିଲା । ସୋନା ରେଷ୍ଟରୁମକୁ ଯିବା ପରେ ରାମ ସମ୍ପତଙ୍କ ଆଗରେ ଅନୁ ମଲିକ ସୋନା ମହାପାତ୍ରଙ୍କୁ ମାଲ ବୋଲି ସମ୍ବୋଧନ କରିଥିଲେ । ଏହି ଘଟଣା ପରେ ଅନୁ ମଲ୍ଲିକ ସୋନାଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିଲେ ବୋଲି ସୋନା ସୂଚନା ଦେଇଛନ୍ତି ।

ସେପଟେ ଆଉ ଏକ ଘଟଣାକ୍ରମରେ ଦୁଇଜଣ ବରିଷ୍ଠ ସାମ୍ବାଦିକା ମଧ୍ୟ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ବରିଷ୍ଠ ସାମ୍ବାଦିକା ପ୍ରିୟା ରମାନିଙ୍କ ଏକ ଟ୍ୱିଟକୁ ନେଇ ବିବାଦ ଘେରକୁ ଆସି ଯାଇଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ । ଇଂରାଜୀ ପତ୍ରିକା ଭୋଗରେ ଆକବର ଯେତେବେଳେ ସମ୍ପାଦକ ଥିଲେ, ସାକ୍ଷାତକାର ନେବା ଆଳରେ ଏକ ହୋଟେଲ ରୁମରେ ତାଙ୍କ ସହ ଅଶ୍ଳୀଳ ଆଚରଣ କରିଥିଲେ ବୋଲି ପ୍ରିୟା ଟ୍ୱିଟ୍ କରି ଦର୍ଶାଇଛନ୍ତି । ଏହା ସହ ଅନ୍ୟ ଜଣେ ବରିଷ୍ଠ ସାମ୍ବାଦିକା ସୁମା ରାହା ମଧ୍ୟ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଚାକିରି ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଆକବର ସର୍ତ ରଖିବା ପରେ ସେ ଚାକିରିକୁ ପାଦରେ ଆଡେଇ ଦେଇଥିଲେ ବୋଲି ଟ୍ୱିଟ୍ କରିଛନ୍ତି । ସିନେମା ଓ ସାହିତ୍ୟ ଜଗତରୁ ଆରମ୍ଭ ହୋଇଥିବା ମି ଟୁ ଝଡ ଏବେ ରାଜନେତାଙ୍କୁ ମଧ୍ୟ ଗିଳିବାକୁ ବସିଲାଣି ବୋଲି ଚର୍ଚ୍ଚା ହେଉଛି ।