ସୋନାଙ୍କ ଟ୍ୱିଟର୍ କଟାକ୍ଷ ! ରଙ୍ଗବତୀକୁ ନେଇ ପ୍ରଶ୍ନ କଲେ, କୁଆଡେ ଗଲା ଓଡ଼ିଆ ଗର୍ବ ?

56

କନକ ବ୍ୟୁରୋ : ପୁଣି ଫେରିଛି ରଙ୍ଗବତୀ ବିବାଦ । ବିଗତ ଦିନରେ ରଙ୍ଗବତୀ ଗୀତକୁ ନେଇ ବିବାଦକୁ ଆସିଥିବା ସୋନା ମହାପାତ୍ର ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶଙ୍କର ମହାଦେବନ୍ ରଙ୍ଗବତୀ ଗୀତ ବୋଲିବା ଉପରେ ଆଜି ଟ୍ୱିଟ୍ କରିଛନ୍ତି ସୋନା । ଯେଉଁଥିରେ ସେ ଲେଖିଛନ୍ତି- ଭୁବନେଶ୍ୱରରେ ଜିତେନ୍ଦ୍ରୀୟ ହରପାଲ ରଙ୍ଗବତୀ ଗାଇ ପାରିନଥାନ୍ତେ କି? କୁଆଡେ ଗଲା ସମ୍ବଲପୁର-ଓଡ଼ିଆ ଗର୍ବ ? ରାଜନୈତିକ ଅର୍କେଷ୍ଟ୍ରା କରି ସହଜରେ ଲୋକଙ୍କୁ ବୋକା ବନା ଯାଇପାରେ ।

ଏଥିରେ ଯେଉଁ କଳାକାର ହୁଅନ୍ତୁ, ଶଙ୍କରଜୀ ହୁଅନ୍ତୁ ବା ହରପାଲଜୀ ହୁଅନ୍ତୁ, ତାଙ୍କର କିଛି କରିବାର ନଥାଏ । ସେ ଆହୁରୀ ମଧ୍ୟ ଲେଖିଛନ୍ତି- ଏହି ମିଛ ଗର୍ବକୁ ନେଇ ଖୁସି ହୁଅନ୍ତୁ । ଏହି ଟ୍ୱିଟର ଜବାବରେ ଜିତେନ୍ଦ୍ରୀୟ ହରପାଲ କହିଛନ୍ତି- ସୋନା ମହାପାତ୍ର ରଙ୍ଗବତୀ ଗୀତ ଗାଇ ଏସିଡ୍ ମାଡ଼ କରିଛନ୍ତି । ଏସିଆନ୍ ଆଥଲେଟିନ୍ ଚାମ୍ପିୟନ୍ସିପର ଉଦଘାଟନୀରେ ଶଙ୍କର ମହାଦେବନ୍ ରଙ୍ଗବତୀ ଗୀତ ବୋଲିବା, ଏହା ଉଚ୍ଚ ପ୍ରଶଂସିତ ହେବା ଏବଂ ଏହାକୁ ନେଇ ସୋନା ମହାପାତ୍ର ଟ୍ୱିଟ୍ କରିବା । ପୁଣି ଥରେ ରଙ୍ଗବତୀ ବିବାଦକୁ ତାଜା କରିଦେଇଛି ।