ଭୁଲକୁ ଭଲ କହିଲେ ବାଟ କ’ଣ ? କଟା ଘା’ ରେ ଚୂନ ମାରିଲେ ସୋନା, କହିଲେ, ମୁଁ ଗାଉଛି ଗାଇବି ଓଡ଼ିଆ ଗୀତ

113

କନକ ବ୍ୟୁରୋ : ଜଗନ୍ନାଥ ଭଜନକୁ ବିକୃତ ଭାବେ ଗାଇ ବିବାଦରେ ଥିବା ସୋନା ମହାପାତ୍ର ଆଜି ଟ୍ୱିଟ କରି ଲେଖିଛନ୍ତି, ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ବରଂ ଏମିତି ଗାଇ ଚାଲିଥିବେ । ଏଥିସହ ସୋନା ଗୀତ ଗାଇଲାବେଳେ ପିନ୍ଧିଥିବା ତାଙ୍କ ପୋଷାକର କିଛି ଫଟୋକୁ ଟ୍ୱିଟରରେ ଅପଲୋଡ କରିଛନ୍ତି । ଯେଉଁଥିରେ ରହିଛି ଓଡିଆ ସଂସ୍କୃତି ଓ ପରମ୍ପରାର ଝଲକ । ସୋନା ପ୍ରଶ୍ନ କରିଛନ୍ତି , ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଏଗୁଡିକ କାହିଁକି ଦେଖାଗଲାନି ।

Sona mohapatraଅଡୁଆ ଗୀତ ଗାଇ ପୁଣିଥରେ ବିବାଦ ଘେରକୁ ଆସିଯାଇଥିବା ସୋନା ମହାପାତ୍ରଙ୍କ ଫଟୋ ପୁରୀରେ ଜଳିଛି । ଜଗନ୍ନାଥ ଭଜନ ‘ଆହେ ନୀଳ ଶଇଳ’କୁ ସୋନା ବିକୃତ କରି ଗାଇଥିବା ଅଭିଯୋଗ ନେଇ ବିବାଦ ବଢିଚାଲିଛି । ଆଉ ଏହାରି ଭିତରେ ପୁଣି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ସୋନା । ଟ୍ୱିଟ କରି ଲେଖିଛନ୍ତି, ସେ ଅନୁତପ୍ତ ନୁହନ୍ତି ବରଂ ଏମିତି ଗାଇ ଚାଲିଥିବେ ।

ahe nila saila song by sona mohapatraଗୀତ ଗାଇଲାବେଳେ ସୋନା ପିନ୍ଧିଥିବା ତାଙ୍କ ପୋଷାକର କିଛି ଫଟୋକୁ ଟ୍ୱିଟରରେ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଓଡିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା କମର ପଟି ଓ ହାତରେ ପିନ୍ଧିଥିବା ଫିଲିଗ୍ରୀ ଅଳଙ୍କରା କଥା ଉଲ୍ଲେଖ କରିଛନ୍ତି । ମଥାରେ କିଭଳି ଚନ୍ଦନ ଟିପା କରିଛନ୍ତି ତାହା ମଧ୍ୟ ସେ ଉଲ୍ଲେଖ କରି ପ୍ରଶ୍ନ କରିଛନ୍ତି ଯେ, ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଏଗୁଡିକ କାହିଁକି ଦେଖାଗଲାନି । ଲୋପ ପାଇବାକୁ ବସିଥିବା ଏହି ପାରମ୍ବରିକ ପରିଧାନକୁ ସେ ଓଡିଶା ବାହାରେ ପ୍ରଚାର କରୁଥିବା ଟିପ୍ପଣୀ କରିଛନ୍ତି । ହେଲେ କଥା ଅଟକିଛି ସେ ଓଡିଆ ଶବ୍ଦକୁ କାହିଁକି ଭୁଲଭାବେ ଉଚ୍ଚାରଣ କଲେ, ଯାହା ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ।

ଆହେ ନୀଳ ଶଇଳକୁ ଭିନ୍ନ ଶୈଳୀରେ ଗାଇ ସୋନା ସାଙ୍ଘାତିକ ଭୁଲ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ସାମାନ୍ୟ ଭୁଲ ବୋଲି କହିଛନ୍ତି ପିସିସି ସଭାପତି । ଭକ୍ତ ଓ ଭଗବାନଙ୍କ ଭାବାବେଗ ଉପରେ ପର୍ଯ୍ୟବେସିତ ଏକ ପୁରାତନ ଗୀତକୁ କଦର୍ଥ କରି ଗାଇଥିବାରୁ ଗୋଟିଏ ପଟେ ସୋନା ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି । ସେପଟେ ସୋନାଙ୍କ ସମର୍ଥକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଉ ଏହାରି ଭତିରେ ପୁରୀରେ ସୋନା ମହାପାତ୍ରଙ୍କ ବିରୋଧରେ ନାଗରିକ ସୁରକ୍ଷା ମଂଚ ଏତଲା ବି ଦେଇଛି ।