ପୁଣି ଚର୍ଚ୍ଚାରେ ରଙ୍ଗବତୀ ଫେମ୍ ସୋନା ମହାପାତ୍ର : ରଖିଲେ ବିବାଦୀୟ ବୟାନ୍

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଚର୍ଚ୍ଚାରେ ରଙ୍ଗବତୀ ଫେମ୍ ସୋନା ମହାପାତ୍ର । ଭୁବନେଶ୍ୱରର ଏକ ଲାଇଭ୍ କନସର୍ଟରେ ଯୋଗ ଦେଇଛନ୍ତି ଏହି ବଲିଉଡ୍ ସିଙ୍ଗର । ଏହି ଅବସରରେ ସୋନା କହିଛନ୍ତି ତାଙ୍କ ମନ କଥା । ସେ କହିଛନ୍ତି, ରଙ୍ଗବତୀ ଗୀତ ପାଇଁ ସେ ଆଦୌ ଲଜ୍ଜିତ ନୁହଁନ୍ତି । ଆଉ କିଛି ଓଡିଆ ଗୀତ ଉପରେ ସେ ରିସର୍ଚ କରୁଛନ୍ତି ।

ଆଗକୁ ସେହି ଗୀତ ଗୁଡିକୁ ମଧ୍ୟ ନିଜ ଅନ୍ଦାଜରେ ଗାଇବେ । ଖାଲି ସେତିକି ନୁହେଁ ବନ୍ଦେ ଉତ୍କଳ ଜନନୀ ଗୀତରେ ନାଚି କିଛି ଭୁଲ୍ କରିନାହାଁନ୍ତି ବୋଲି କହିଛନ୍ତି ସୋନା । ଯାହାର ଇଛା ହେଉଛି ସେ ଦେଖୁ , ଯାହାର ଇଛା ନାହିଁ ତାର ଦେଖିବା ଦରକାର ନାହିଁ ବୋଲି ରୋକଠୋକ୍ କହିଛନ୍ତି ସୋନା ।

ଏହାରି ଭିତରେ କଟକରେ ଜନ୍ମିତ ସୋନା କହିଛନ୍ତି ଭୁବନେଶ୍ୱର ବଦଳିଛି । ରାଜଧାନୀ ବାସିନ୍ଦାଙ୍କ ଲାଇଫ୍ ଷ୍ଟାଇଲ୍ ବଦଳିଛି । ଓଡିଆ ଫିଲ୍ମରେ ଗୀତ ଗାଇବାକୁ ଇଛା ରଖିଛନ୍ତି ସୋନା । ତେବେ ତାଙ୍କୁ କେହି ଅଫର ଦେଇନଥିବା ସୋନା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସେ ଭଲ ଓଡିଆ କହିପାରନ୍ତି ବୋଲି ସୋନା ମହାପାତ୍ର କହିଛନ୍ତି ।