କଟକ ଚଣ୍ଡି ମନ୍ଦିର ଆଗରେ ‘ମି ଠୁ’ ନେଇ ସୋନାଙ୍କ ବୟାନ : କହିଲେ, ସବୁ ଇଣ୍ଡଷ୍ଟ୍ରିରେ ଚାଲିଛି ନିର୍ଯାତନା

ପିଲାଦିନୁ ସେ ଓଡିଶା ଆସିଲେ ଚଣ୍ଡୀ ମା’ଙ୍କ ଦର୍ଶନ କରନ୍ତି ବୋଲି କହିଛନ୍ତି ।

187

କଟକ ଚଣ୍ଡି ମନ୍ଦିରରେ ବଲିଉଡ୍ କଣ୍ଠଶିଳ୍ପୀ ତଥା ଓଡିଆ ଝିଅ ସୋନା ମହାପାତ୍ର । ମନ୍ଦିରରେ ମା’ଙ୍କ ପୂଜା ପୂଜାର୍ଚ୍ଚନା କରିଛନ୍ତି ସୋନା । ଦୀପ ଜଳାଇ ମା’ଙ୍କୁ ଆଳତି କରିଥିବା ଦେଖିବାକୁ ମିଳିଛି । ପିଲାଦିନୁ ସେ ଓଡିଶା ଆସିଲେ ଚଣ୍ଡୀ ମା’ଙ୍କ ଦର୍ଶନ କରନ୍ତି ବୋଲି କହିଛନ୍ତି । ମି ଠୁ ଅଭିଯୋଗ ଉପରେ ମଧ୍ୟ ସୋନା ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ମି ଠୁ ଅଭିଯାନକୁ ସେ ସ୍ୱାଗତ କରିବା ସହ ଏହି ଅଭିଯୋଗ ଫଳରେ ସମସ୍ତ ସତ ସାମନାକୁ ଆସୁଥିବା ସେ କହିଛନ୍ତି । ସତ ପାଇଁ ଲଢିବା ଦରକାର । ସବୁ ଇଣ୍ଡଷ୍ଟ୍ରିରେ ଏଭଳି ଘଟଣା ଘଟିଥାଏ । ମହିଳା ମାନଙ୍କୁ ଆଗକୁ ଯିବା ହେଲେ କାନ୍ଧରେ କାନ୍ଧ ମିଶାଇ ଯିବା ଦରକାର ବୋଲି ସୋନା କହିଛନ୍ତି । ନିକଟରେ ସୋନା ମହାପାତ୍ର କୈଳାଶ ଖେରଙ୍କ ବିରୋଧରେ ମି ଠୁ ଅଭିଯୋଗ ଆଣିଥିଲେ ।

ବିଡିଏ ପକ୍ଷରୁ ଆୟୋଜିତ ଡଟ୍ ଫେଷ୍ଟିଭାଲର ତୃତୀୟ ସନ୍ଧ୍ୟାରେ ସୋନା ମହାପାତ୍ରଙ୍କ ଗୀତରେ ଝୁମିଛନ୍ତି ଦର୍ଶକ । ପ୍ରାୟ ଅଢେଇ ଘଂଟା ଧରି ସେ ଶ୍ରୋତାଙ୍କୁ ବିଭୋର କରିଥିଲେ । ସମ୍ବଲପୁରୀ ଛିଟାବାଲ ବାଲକି ପିନ୍ଧି ମଂଚକୁ ଆସିଥିଲେ ସୋନା । ଆଉ ଗାଇଚାଲିଥିଲେ ଗୋଟିଏ ପରେ ଗୋଟିଏ ଗୀତ । କରତାଳିରେ ଫାଟିପଡ଼ୁଥିଲା ଅଂଚଳ । ପ୍ରାୟ ଅଢେଇ ଘଂଟା ଧରି ସେ ଦର୍ଶକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଗୀତ ଗାଇ ଚାଲିଥିଲେ । ସୋନା ମଂଚରେ ରଙ୍ଗବତୀ ଗୀତ ସହ ଅନକେ ଗୀତ ବି ଗାଇଥିଲେ । ସୂଚନାଯୋଗ୍ୟ ରଙ୍ଗବତୀ ଗୀତର ଗାୟନ ଶୈଳୀରେ ନେଇ ସେ ଦିନରେ ବିବାଦରେ ଘେରି ହୋଇଯାଇଥିଲେ ।