ଭୁଲ ମାନୁନାହାନ୍ତି ସୋନା ! ଟ୍ୱିଟ୍ କରି ଗଣମାଧ୍ୟମ ଉପରେ ବର୍ଷିଲେ, କହିଲେ, ଟିଆରପି ପାଇଁ କରୁଛନ୍ତି ଟାର୍ଗେଟ

43

କନକ ବ୍ୟୁରୋ : ସମାଲୋଚକଙ୍କୁ ସୋନାଙ୍କ କଡା ଜବାବ । ଆହେ ନୀଳ ଶଇଳ ଗାଇଲାବେଳେ ତାଙ୍କ ପୋଷାକକୁ ନେଇ ସଫେଇ ପରେ ବି ଟିପ୍ପଣି କରିବାରୁ ଚିଡିଯାଇଛନ୍ତି ସୋନା । ଆଉ ଅତି କଦର୍ଯ୍ୟ ଭାବରେ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି ଯେ, ଚୁପ ନହେଲେ ସେ ବିବସ୍ତ୍ର ହୋଇ ଚଣ୍ଡିରୂପ ଦେଖାଇବେ । ଯାହା ଆଉଏକ ବିବାଦ ସୃଷ୍ଟି କରିଛି । ଆଉ ଏପଟେ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇ ଜଗନ୍ନାଥଙ୍କ ଭଜନକୁ ଭୁଲ ଗାଇଥିବାରୁ ସମାଲୋଚନା ବି ବଢିବାରେ ଲାଗିଛି ।

ଓଡିଆ ଟିଭି ଚ୍ୟାନେଲ ଗୁଡିକ ଏହି ସର୍କସକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି । ପ୍ରତିକ୍ରିୟା ପାଇଁ ମୋତେ ଫୋନ୍ କରୁଛନ୍ତି, ମେସେଜ୍ କରୁଛନ୍ତି, ହ୍ୱାଟ୍ସଆପ୍ କରୁଛନ୍ତି । କିନ୍ତୁ ମୁଁ ଏଥିପାଇଁ ଆଗ୍ରହୀ ନୁହେଁ । ତୁମେମାନେ ଏହି ବିବାଦ ସୃଷ୍ଟି କରିଛ, ତୁମେ ହିଁ ଆଗକୁ ବଢାଅ । ତୁମ ସାକ୍ଷାତକାର ପାଇଁ ବହୁତ ଅତିଧାର୍ମିକ ଲୋକ ଅଛନ୍ତି । ଯେଉଁମାନେ ୨ ମିନିଟର ପ୍ରତିଷ୍ଠା ପାଇଁ ତୁମକୁ ଆଧ୍ୟାତ୍ମିକ ଜ୍ଞାନ ଦେଇପାରିବେ ।


ଜଗନ୍ନାଥ ଭଜନ ଆହେ ନୀଳ ଶଇଳକୁ ବିକୃତ କରି ଗାଇବା ପରେ ସୋନା ମହାପାତ୍ରଙ୍କୁ ନେଇ ଯେଉଁ ବିବାଦ ଦେଖାଦେଇଛି ସେଥିରେ ତାଙ୍କ ପ୍ରତିକ୍ରିୟା କ’ଣ? ଏହା ଜାଣିବାକୁ ଗଣମାଧ୍ୟମଗୁଡିକ ସୋନାଙ୍କ ସହ ଯୋଗାଯୋଗ କରିବା ପରେ ଟ୍ୱିଟ୍ କରି ଚିଡିଯାଇଛନ୍ତି ସୋନା । ଗୋଟିଏ ପଟେ ସୋନା ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ, ସେ କିଛି ଭୁଲ କରିଛନ୍ତି । ଆଉ ଏପଟେ ତାଙ୍କୁ ନେଇ ସମାଲୋଚନା ବଢିବାରେ ଲାଗିଛି ।

ଗୀତଟି ଗାଇବାବେଳେ ସୋନା ଯେଉଁ ପୋଷାକ ପିନ୍ଧିଥିଲେ ତାକୁନେଇ ସଫେଇ ରଖିବା ପରେ ବି ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ଏକ ଟ୍ୱିଟର ପୋଷ୍ଟକୁ ନେଇ ଅତି ଆପତିଜନକ ପ୍ରତିକ୍ରିୟା ରଖିଛନ୍ତି ଏହି ଓଡିଆ କଂଠଶିଳ୍ପୀ । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । କୌଣସି କଥାକୁ ନେଇ ବିବାଦ ହେଲେ ଦୁଇଟି ମତ ଆସିବା ସ୍ୱାଭାବିକ । ଭଲ ଅଥବା ଖରାପ । ତେଣୁ ସୋନା ଗାଇଥିବା ଗୀତକୁ ଅନେକ ଭୁଲ କହୁଥିବାବେଳେ କେହିକେହି ଭଲ ବୋଲି ବି କହୁଛନ୍ତି । ଆଉ ଏମିତି ଜଣେ ପ୍ରଶଂସକଙ୍କ ଟ୍ୱିଟର ଜବାବରେ ସୋନା କହିଛନ୍ତି ଯେ, ଖୁବଶୀଘ୍ର ସେ ଏହି ଗୀତର ଏକ ଉନ୍ନତ ଭର୍ସନ ଗାଇବାକୁ ଯାଉଛନ୍ତି ।