‘ମି ଠୁ’ ଅଭିଯାନ ନେଇ ବଲିଉଡରେ ଝଡ ! ଗାୟକ କୈଳାସ ଖେରଙ୍କ ବିରୋଧରେ  ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଗାୟିକା ସୋନା ମହାପାତ୍ର ।

34

‘ମି ଠୁ’ ଅଭିଯାନ ଏବେ ବଲିଉଡ୍ରେ ଝଡ଼ ସୃଷ୍ଟି କରିଛି। ଜଣେ ପରେ ଜଣେ ସେଲିବ୍ରିଟିଙ୍କ ବିରୋଧରେ ଚାଞ୍ଚଲ୍ୟକର ଯୌନ ଉତ୍ପୀଡ଼ନ ଅଭିଯୋଗ ସବୁ ମହଲରେ ହଇଚଇ ସୃଷ୍ଟି କଲାଣି। ଆଜି ଜଣାଶୁଣା ଗାୟିକା ସୋନା ମହାପାତ୍ର ବି ଏଥିରେ ସାମିଲ ହୋଇଛନ୍ତି। ସେ ସଂଗୀତଜ୍ଞ କୈଳାସ ଖେରଙ୍କ ବିେରାଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିଛନ୍ତି। ସୋନା ଆଜି ଏନେଇ ଟ୍ବିଟ୍ କରି କହିଛନ୍ତି ଯେ କୈଳାସଙ୍କୁ ସେ ପ୍ରଥମେ ମୁମ୍ବାଇର ଏକ କଫି ସପରେ ଭେଟିଥିଲେ। ଏକ କନସର୍ଟ ବାବଦରେ ସେଠାରେ ସେ କୈଳାସଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ କୈଳାସ ସୋନାଙ୍କ ଜଂଘ ଉପରେ ହାତ ରଖି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କୁ ବହୁତ ସୁନ୍ଦରୀ ବୋଲି କହିଥିବା ସୋନା ଟ୍ବିଟ୍ କରିଛନ୍ତି। କୈଳାସଙ୍କ ଏଭଳି ଆଚରଣ ଦେଖି ସେ ସତର୍କ ହୋଇଯାଇଥିଲେ ଏବଂ ଯଥାଶୀଘ୍ର େସହି ସ୍ଥାନ ଛାଡ଼ି ଦେଇଥିଲେ ବୋଲି ସୋନା କହିଛନ୍ତି।

ଏହାପରେ ମଧ୍ୟ କୈଳାସ ସୁଧୁରି ନଥିଲେ ଏବଂ ତାଙ୍କୁ ବାରମ୍ବାର କଲ୍ କରୁଥିଲେ। ସେ କଲ୍ ନ ଉଠାଇବାରୁ ଢାକାରେ କନ୍ସର୍ଟ ଆୟୋଜକଙ୍କ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ରିହର୍ସଲ ପାଇଁ ନିର୍ଦ୍ଧାରିତ ସ୍ଥାନ ବଦଳରେ ତାଙ୍କୁ ନିଜ ରୁମ୍କୁ ଯିବାକୁ କହିଥିଲେ। ସୋନାଙ୍କ ଏହି ଅଭିଯୋଗ ବଲିଉଡରେ ମି ଠୁ ଅଭିଯାନକୁ ଆହୁରି ଜୋର୍ଦାର କରିଛି। ଅନ୍ୟପକ୍ଷରେ ଅଭିନେତ୍ରୀ ପରିଣୀତି ଚୋପ୍ରା କହିଛନ୍ତି ଯେ ଏଭଳି ଅପରାଧୀମାନେ ଆତଙ୍କବାଦୀ ଏବଂ ହତ୍ୟାକାରୀଙ୍କଠାରୁ କିଛି କମ୍ ନୁହଁନ୍ତି। ଅଭିଯୁକ୍ତଙ୍କୁ ଜେଲ୍ ପଠାଯିବା ଉଚିତ ବୋଲି ସେ କହିଛନ୍ତି।

ପୂର୍ବରୁ ଅଭିନେତା ଆଲୋକନାଥଙ୍କ ବିରୁଦ୍ଧରେ ଆସିଥିଲା ଅଭିଯୋଗ : 

ବଲିଉଡର ଖ୍ୟାତନାମା ଅଭିନେତା ଆଲୋକ ନାଥଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଆଜି ଆଉ ଜଣେ ଅଭିନେତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ସନ୍ଧ୍ୟା ମୃଦୁଳ କହିଛନ୍ତି ଯେ ଏକ ସିରିୟଲ ସୁଟିଂ ବେଳେ ତାଙ୍କୁ ଆଲୋକନାଥ ଯୌନ ନିର‌୍ୟାତନା ଦେଉଥିଲେ। ଟ୍ବିଟ୍ କରି ସନ୍ଧ୍ୟା କହିଛନ୍ତି- ‘ସିରିୟଲରେ ଆଲୋକ ନାଥ ତାଙ୍କ ପିତା ଏବଂ ରୀମା ଲାଗୁ ମା’ ଭୂମିକା ନିର୍ବାହ କରୁଥିଲେ। ମୁଁ ଏହାକୁ ନେଇ ବହୁତ ଉତ୍ସାହିତ ଥିଲେ। ପ୍ରଥମେ ଆଲୋକନାଥଙ୍କ ବ୍ୟବହାର ବହୁତ ଭଲ ଥିଲା, କିନ୍ତୁ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ହେଲା ଏବଂ ତାଙ୍କର ଅସଲ ରୂପ ସାମ୍ନାକୁ ଆସିଲା। ଦିନେ ମୁଁ ଏକାକୀ ଥିବା ସୁଯୋଗ ନେଇ ପ୍ରଚୁର ମଦ୍ୟପାନ କରି ସେ ମୋ ସହିତ ଅସଦାଚରଣ କରିଥିଲେ। ସେ ହୋଟେଲ ରୁମ୍ରେ ବଳପୂର୍ବକ ମତେ ଟଣା ଓଟରା କରିଥିଲେ ବୋଲି ସେ କହିଛନ୍ତି। ଆଲୋକନାଥଙ୍କ ଓକିଲ କହିଛନ୍ତି ଅଭିଯୋଗ ଡାହା ମିଛ ହୋଇଥିବାରୁ ଏହା ବିରୋଦରେ ମାନହାନି ମକଦ୍ଦମା କରାଯିବ।

ଗାୟକ ଅଭିଜିତଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ :

କୈଳାସ ଖେର୍ଙ୍କ ପରେ ଖ୍ୟାତନାମା ଗାୟକ ଅଭିଜିତ ଭଟ୍ଟାଚାର‌୍ୟ୍ୟଙ୍କ ବିରୋଧରେ ମଧ୍ୟ ଯୌନ ନିର‌୍ୟାତନା ଅଭିଯୋଗ ଆସିଛି। ଅଭିଜିତଙ୍କ ବିରୋଧରେ ଜଣେ ପୂର୍ବ ବିମାନ ପରିଚାରିକା ଅଭିଯୋଗ ଆଣି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ୧୯୯୮ ମେ’ରେ କୋଲକାତାର ଏକ ହୋଟେଲ ‘ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ’ରେ ଅଭିଜିତ ତାଙ୍କ ସହିତ ବଳପୂର୍ବକ ନାଚିବାକୁ ଚାହିଥିଲେ ଏବଂ ତାଙ୍କୁ ଟାଣିନେଇଥିଲେ। ଏହାକୁ ବିରୋଧ କରିବାରୁ ଅଭିଜିତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଜଲ କରିଥିଲେ ବୋଲି ସେ କହିଛନ୍ତି।