ସମ୍ପତି ଲୋଭରେ ପୁଅ ପାଲଟିଲା ସଇତାନ ! ବୃଦ୍ଧା ମାଆଙ୍କୁ ଛାତରୁ ଠେଲି ହତ୍ୟା ଉଦ୍ୟମ ଅଭିଯୋଗ

32

କନକ ବ୍ୟୁରୋ : ସମ୍ପତି ଲୋଭ ମଣିଷକୁ ଲୋଭ ମଣିଷକୁ ସଇତାନ୍ କରିଦିଏ । ଏପରିକି ସାମାନ୍ୟ ସମ୍ପତି ପାଇଁ ଆଜିକାଲି ଲୋକେ ରକ୍ତ ସମ୍ପର୍କକୁ ମଧ୍ୟ ଭୁଲି ଯାଉଛନ୍ତି । କେତେବେଳ ସମ୍ପତ୍ତ ପାଇଁ କିଏ ପୁଅକୁ ମାରିଲାଣି ତ ଆଉ କିଏ ନିଜ ପିଲାଙ୍କୁ ମଧ୍ୟ ଛାଡ଼ୁନାହାନ୍ତି । ଏପରି ଅନେକ ଖବର ଏବେ ଆସୁଛି । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଘଟିଛି ।

ଲୋଭରେ ନିଜ ବୃଦ୍ଧା ମାଆଙ୍କୁ ଛାତରୁ ଠେଲି ହତ୍ୟା ଉଦ୍ୟମ କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀର ଚିନ୍ତାମଣିଶ୍ୱର ଅଚଂଳରେ । ସମ୍ପତି କଳହକୁ ନେଇ କିଛିଦିନ ହେବ, ଘରେ ଝଗଡା ଲାଗିରହୁଥିଲା । ଏଥି ପାଇଁ ପୁଅ କପିଳାପ୍ରସାଦ ମହାନ୍ତି ନିଜ ମାଆଙ୍କୁ ଗାଳିଗୁଲଜ କରୁଥିବା ମଧ୍ୟ ମାଆ ମଞ୍ଜୁଲତା ମହାନ୍ତି କହିଛନ୍ତି । ତେବେ ରବିବାର ଦିନ କପିଳାପ୍ରସାଦ ଓ ତାଙ୍କ ବଡଭାଇ ଓ ଊଭୟଙ୍କ ପତ୍ନୀ ମିଶି ମାଆଙ୍କୁ ଛାତରୁ ପେଲି ଦେଇଥିଲେ ବୋଲି ତାଙ୍କ ମାଆ କହିଛନ୍ତି । ମଞ୍ଜୁଲତାଙ୍କୁ ଗୁରୁତର ଅବସ୍ଥାରେ ସାନ ପୁଅ ଡାକ୍ତରଖାନାରେ ଭର୍ତ୍ତି କାରିଥିଲେ । ତେବେ ସାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ଥିବାବେଳେ ଦୋଷୀ ପୁଅକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମଞ୍ଜୁଲତା ।