ନିଖୋଜ ବାପାକୁ ଖୋଜୁଛି ପୁଅ । ପୋଲିସର ଅଭିଯୋଗ ପରେ ମଧ୍ୟ ମିଳୁନି ପତ୍ତା, ସୂଚନା ଦେବାକୁ ପରିବାର ଲୋକଙ୍କ ନିବେଦନ

33

କନକ ବ୍ୟୁରୋ : ବାପାକୁ ଖୋଜୁଛି ପୁଅ । ଭୁବନେଶ୍ୱର ସହିଦ ନଗରରେ ରହୁଥିବା କୈଳାସ ରାମ ସରାଫ ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ତାଙ୍କ ପୁଅ ଜନି କୁମାର ଏହି ସୂଚନା ଦେଇଛନ୍ତି । ସହିଦ ନଗରରେ ଥିବା ଏକ ଦୋକାନ ନିକଟରେ ଗତ ୨୭ ତାରିଖରେ ପରିଶ୍ରା କରିବାକୁ ଯାଇ ଆଉ ଫେରିନଥିଲେ । ଏନେଇ ତାଙ୍କ ପୁଅ ସହିଦ ନାଗର ଥାନାରେ ରାତି ଗୋଟାଏ ସମୟରେ ଅଭିଯୋଗ କରିଥିଲେ ।

ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଳାସଙ୍କର କୌଣସି ପତା ମିଳିନାହିଁ । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସମ୍ପର୍କରେ କିଛି ଖବର ପାଆନ୍ତି ତେବେ ୯୫୫୬୧୬୦୧୩୭ ନମ୍ବରରେ ଫୋନ କରିବା ପାଇଁ ତାଙ୍କ ପୁଅ ନିବେଦନ କରିଛନ୍ତି ।