ପରିଶ୍ରମୀଙ୍କ ପାଇଁ ଉଦାହରଣ ପାଲଟିଲେ ପାନ ଦୋକାନୀଙ୍କ ପୁଅ : ୟୁପିଏସସି ପରୀକ୍ଷାରେ ୧୮୭ତମ ସ୍ଥାନ ରଖି ବନିଲେ ଆଇଏଏସ, ପାଠପଢ଼ା ପାଇଁ ନେଇଥିବା କରଜ ବି ନିଜେ ଶୁଝିଲେ

126

ପରିସ୍ଥିତି ଯେତେ ବି ଖରାପ ହେଉ ବ୍ୟକ୍ତିଗତ ପ୍ରତିଭାକୁ କେହି ରୋକିପାରିବେନି । ଲଖନଉର ଈଶ୍ୱର କୁମାର କାନ୍ଦୁ କଠିନ ପରିସ୍ଥିତି ଦେଇ ଗତି କଲାପରେ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରିଛନ୍ତି । ସେ ପରିଶ୍ରମୀଙ୍କ ପାଇଁ ଉଦାହରଣ ବନିଯାଇଛନ୍ତି ।

କୁହାଯାଏ କି ଆଇଏଏସର ପୁଅ ଆଇଏଏସ, ଡାକ୍ତରର ପୁଅ ଡାକ୍ତର ଓ ପାନ ଦୋକାନୀର ପୁଅ ପାନ ବାଲା ହୁଏ । କିନ୍ତୁ ଏହି ବିଚାରଧାରାକୁ ଭୁଲ ପ୍ରମାଣିତ କରିଦେଇନ୍ତି ଲଖନଉର ଗଣେଶଗଂଜରେ ପାନ ଦୋକାନ ଖୋଲିଥିବା ଶିବ ପ୍ରସାଦ ଗୁପ୍ତାଙ୍କ ପୁଅ ଈଶ୍ୱର କୁମାର କାନ୍ଦୁ । ସେ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରି ଆଇଏଏସ ଅଫିସର ହେବାର ସ୍ୱପ୍ନ ତଥା ନିଜ ବାପା ମା’ ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଈଶ୍ୱରଙ୍କୁ ୟୁପିଏସସି ପରୀକ୍ଷାରେ ୧୮୭ତମ ସ୍ଥାନ ମିଳିଛି । ଈଶ୍ୱରଙ୍କ ସିଭିଲ ସର୍ଭିସ ପରୀକ୍ଷା ପାସ କରିବା ଖବର ଶୁଣି ପରିବାର ସଦସ୍ୟ ସହିତ ପଡେଶୀ ବି ଖୁସି ଅଛନ୍ତି ।

ସେ ଇଂଜିନିୟରିଂ ପାଠ ପଢ଼ିଛନ୍ତି । ତାଙ୍କ ଘରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ସେ ତାଙ୍କର ପ୍ରାଇଭେଟ କମ୍ପାନୀରେ କାମ କଲେ । ଚାକିରୀ ସହିତ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ଓ ତିନି ଥର ଅସଫଳତାର ସ୍ୱାଦ ଚାଖିଥିଲେ । କିନ୍ତୁ ଚତୁର୍ଥ ପ୍ରୟାସରେ ସେ କୃତକାର୍ଯ୍ୟ ହୋଇ ତାଙ୍କର ଲକ୍ଷ୍ୟ ହାସଲ କଲେ ଓ ଆଇଏଏସ ହେଲେ ।

ଈଶ୍ୱର କୁମାର କାନ୍ଦୁ ୧୮ ଏପ୍ରିଲକୁ ସିଭିଲ ସର୍ଭିସ ପରୀକ୍ଷାର ସାକ୍ଷାତକାର ଦେଇଥିଲେ । ତାର ଫଳାଫଳ ଆସିବା ପରେ ସର୍ବପ୍ରଥମେ ନିଜ ମାଁ କୁ ଜଣାଇଥିଲେ । ବ୍ୟାଙ୍କରୁ ୩.୬୫ ଲକ୍ଷ ଟଙ୍କା ଋଣ ଆଣି ତାଙ୍କ ପୁଅକୁ ପାଠ ପଢ଼ାଇଥିବା ଶିବ ପ୍ରସାଦଙ୍କ ଆଖିରୁ ଖୁସିର ଲୁହ ବାହାରି ପଡିଥିଲା । ଜାଣିବା କଥା ଏହା ଯେ ତାଙ୍କ ପରିବାରରେ କେହି ବି ସରକାରୀ ଚାକିରୀ କରିନଥିଲେ ଓ ସେ ଏହି ରେକର୍ଡ ଭାଙ୍ଗିଦେଲେ । ତାଙ୍କ ଘର ଛୋଟ ଥିବାରୁ ସେ କେବେବି ଦିନ ବେଳା ପାଠ ପଢ଼ି ପାରୁନଥିଲେ, କେବଳ ରାତିରେ ହିଁ ପଢ଼ିବାକୁ ତାଙ୍କୁ ସୁଯୋଗ ମିଳୁଥିଲା । ବାପା, ପୁଅର ପାଠପଢ଼ା ପାଇଁ ବ୍ୟାଙ୍କରୁ ଋଣ ଆଣିଥିଲେ । କିନ୍ତୁ ଈଶ୍ୱର ନିଜେ କରଜ ଶୁଝିଲେ । ତାଙ୍କର ଏଭଳି ପରିଶ୍ରମ ଓ ଇଚ୍ଛାଶକ୍ତି ଦେଖି ତାଙ୍କ ଭାଇ ରାମେଶ୍ୱର ଗୁପ୍ତା ଆଗକୁ ପଢ଼ିବାକୁ ମନ ବଳାଇଲେ ଓ ସେଇଠି ଭଉଣୀ ଅନୁରାଧା ଗୁପ୍ତା ଏମକମ୍ କରୁଛନ୍ତି ।